Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ଫଳାଫଳ ପରେ ଆଡଭାନୀ ଏବଂ ଯୋଶୀଙ୍କୁ ଭେଟିଲେ ମୋଦି-ଶାହା
ଆଜିର ଖବର

ନିର୍ବାଚନ ଫଳାଫଳ ପରେ ଆଡଭାନୀ ଏବଂ ଯୋଶୀଙ୍କୁ ଭେଟିଲେ ମୋଦି-ଶାହା

May 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Modi shah met Advani and joshi
Modi shah met Advani and joshi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି । ଗୁରୁବାର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ବହୁମତ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦୁଇ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି ମୋଦି-ଶାହା । ଉଭୟ ନେତାଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରି ମୋଦି ଏକ ଟ୍ବିଟ୍‌ କରିଛନ୍ତି । ଉଭୟ ନେତାଙ୍କୁ ଭେଟି ସରକାର ଗଠନ ପାଇଁ ଆଶୀର୍ବାଦ ନେଇଛି ବୋଲି କହିଛନ୍ତି ମୋଦି । ଉଭୟ ନେତା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦଳର ସେବା କରିବା ସହିତ ଦଳକୁ ଏକ ନୂତନ ଦିଶା ପ୍ରଦାନ କରିଛନ୍ତି । ଦଳ ଆଜି ଯେଉଁ ସ୍ଥାନରେ ରହିଛି ଏହା ପଛରେ ଉଭୟ ବରିଷ୍ଠ ନେତାଙ୍କର ବୃହତ ଅବଦାନ ରହିଛି ବୋଲି ମୋଦି ଟ୍ବିଟ୍‌ କରିଛନ୍ତି । ଏହି ଟ୍ବିଟ୍‌ ସହିତ ଉଭୟ ଆଡଭାନୀଙ୍କୁ ଭେଟୁଥିବାର ଏକ ଫଟୋ ଟ୍ବିଟ୍ଟରରେ ସେୟାର କରିଥିଲେ ମୋଦି । ସେହିପରି ଅନ୍ୟ ଏକ ଟ୍ବିଟ୍‌ରେ ମୋଦି ମୁରଲୀ ମନୋହର ଯୋଶୀଙ୍କୁ ଭେଟିଥିବା ନେଇ ଟ୍ବିଟ୍‌ କରିଛନ୍ତି । ମୁରଲୀ ମନୋହର ଯୋଶୀ ଜଣେ ବିଜ୍ଞ ବ୍ୟକ୍ତି ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଉତ୍ଥାନ ନେଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଜେପି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଙ୍ଗଠିତ କରିବା ପାଇଁ ଯୋଶୀ ସର୍ବଦା କାର୍ଯ୍ୟରତ ବୋଲି ମୋଦି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.