ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଏବଂ ୩୫ ଏକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଶୁକ୍ରବାର ଅବଦୁଲ୍ଲା କହିଛନ୍ତି, ଭାରତରେ ଯେ କୌଣସି ପ୍ରଧାନମନ୍ତ୍ରୀ ଯେତେବି ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ଜମ୍ମୁ କାଶ୍ମୀରରୁ ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବାର ଶକ୍ତି କାହା ନିକଟରେ ନାହିଁ । ଶ୍ରୀନଗର ଲୋକସଭାରୁ ସଂସଦକୁ ନିର୍ବାଚିତ ହୋଇଥିବା ଡ. ଫାରୁକ୍ ଅବଦୁଲ୍ଳା ଶ୍ରୀନଗର ଫେରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପି ପୂର୍ବରୁ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଉଠାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା । ବର୍ତ୍ତମାନ କେନ୍ଦ୍ରରେ ଏନ୍ଡିଏ ମେଣ୍ଟ ବହୁମତ ସହିତ ୩୫୩ ଆସନ ହାସଲ କରିଥିବାରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଚଳିତ ନିର୍ବାଚନରେ ଦେଖା ଦେଇଥିବା ଇଭିଏମ୍ ବିବାଦ ଉପରେ ମତାମତ ରଖିଛନ୍ତି ଫାରୁକ୍ । ସମସ୍ତ ରାଜନୈତିକ ଦଳ ଏବଂ ନିର୍ବାଚନ କମିଶନ ଏକତ୍ର ବସି ଏ ସମ୍ପର୍କିତ ନିଷ୍ପତ୍ତି ନେବା ଉଚିତ୍ ବୋଲି ଅବଦୁଲ୍ଲା ମତ ଦେଇଛନ୍ତି । ବିଜୟ ଏବଂ ପରାଜୟ ରଜନୀତିର ଏକ ଅଂଶବିଶେଷ । ପାଞ୍ଚ ବର୍ଷ ପରେ ରାହୁଲ ଗାନ୍ଧୀ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବେ ବୋଲି ମତ ରଖିଛନ୍ତି ଅବଦୁଲ୍ଲା ।