ଲାଣ୍ଡିମାଳ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ତାଲା ମାରି ଧାରଣାରେ ବସିଲେ ଛାତ୍ରଛାତ୍ରୀ

Published: Nov 21, 2022, 8:22 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଲାଣ୍ଡିମାଳ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ତାଲା ମାରି ଧାରଣାରେ ବସିଲେ ଗ୍ରାମବାସୀ। ପ୍ରକାଶ ଯେ, ଲାଣ୍ଡିମାଳ ପ୍ରକଳ୍ପ ଉପ୍ରାବିଦ୍ୟାଳୟରେ ୧୧୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀପାଠ ପଢ଼ାଉଛନ୍ତି। ଯାହା ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି। ଏ ନେଇ ଗ୍ରାମବାସୀ ଗତ ଅଗଷ୍ଟ ମାସ ୧୨ ତାରିଖରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତାକାରରେ ଜଣାଇଥିଲେ।  ପୁନର୍ବାର ତା ୫/୯ ରେ ଉପଜିଲାପାଳଙ୍କୁ ମଧ୍ୟ ଲିଖିତାକାରରେ ଜଣାଇଥିଲେ। କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମବାସୀ, ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।

ଘଟଣା ସ୍ଥଳକୁ ନାକଟିଦେଉଳ ଶିକ୍ଷା ଅଧିକାରୀ ବିଜୟ ପାତ୍ର ପହଞ୍ଚି ଆନ୍ଦୋଳନ କାରୀମାନଙ୍କୁ ଖୁବ୍ ଶିଘ୍ର ଆଉ ୨ ଜଣ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା।

Related posts