Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ସାମ୍‌” ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର
ଆଜିର ଖବର

“ସାମ୍‌” ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର

November 24, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼/ରାଉରକେଲା: “ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି। ଏଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ତା’ ସାଙ୍ଗକୁ କେନ୍ଦ୍ରରେ ତାକୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯାଉଛି। ଫଳରେ ତା’ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବରପାଲି ଗ୍ରାମର ବିନିତା ମଗର।

ସେହିପରି ନୂଆଗାଁ ବ୍ଲକ ଝରିଆଟୋଲି ଗ୍ରାମର ଅନିସ୍ ଥରମିଞ୍ଜ କହନ୍ତି, “ମୋ ପୁଅ ବହୁତ ଦୁର୍ବଳ ଥିଲା। ତେଣୁ ତାକୁ ନେଇ ମୁଁ ରାଉରକେଲାରେ ଥିବା ଏନଆରସିକୁ ଆସି ପ୍ରାୟ ୧୫ ଦିନ ରହିଥିଲି। ଏହି ସମୟରେ ପୁଅର ନିୟମିତ ଓଜନ, ଉଚ୍ଚତା ମାପ କରି ତାକୁ ଔଷଧ ସହିତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଦିଆଯାଉଥିଲା। ଏବେ ସେ ଆଗ ଅପେକ୍ଷା ସୁସ୍ଥ ଅଛି।”

ଅନିସ୍ ଏବଂ ବିନିତାଙ୍କ ଝିଅ ପୁଅଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲା ଯେଉଁମାନେ ଅତିଶୟ ଅପପୁଷ୍ଟିଜନିତ ଅବସ୍ଥାରେ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ସେମାନଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହ ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ୱାସ୍ଥ୍ୟର ଅଗ୍ରଗତି ଅନୁଧ୍ୟାନ କରାଯାଉଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଏହି କେନ୍ଦ୍ରରେ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ମୋଟ ୩ ହଜାର ୭୩୨ ଜଣ ଶିଶୁଙ୍କୁ ଆବଶ୍ୟକ ପୋଷଣ ଚିକିତ୍ସା ଯୋଗାଇ ଦିଆଯାଇଛି।

“ଯେଉଁ ଶିଶୁମାନଙ୍କର ଉଚ୍ଚତା ଅନୁସାରେ ଓଜନ ଯଥେଷ୍ଟ କମ୍ ଥାଏ ସେମାନଙ୍କୁ ଅତିଶୟ ଅପପୁଷ୍ଟିଜନିତ ଅବସ୍ଥା ବା ସାମ୍ ଶିଶୁ କୁହାଯାଏ। ସେହିପରି, ପିଲାମାନଙ୍କ ବାହୁ ମାପରୁ ମଧ୍ୟ ପୋଷଣ ସମସ୍ୟାର ଚିହ୍ନଟ କରାଯାଇଥାଏ। ସାଧାରଣତଃ ଅପପୁଷ୍ଟିଜନିତ ସମସ୍ୟା ଦେଖାଦେଲେ ଶିଶୁମାନେ ବିଭିନ୍ନ ରୋଗରେ ପଡ଼ିବାର ଅଧିକ ଆଶଙ୍କା ରହିଛି। ଏହାଛଡ଼ା କୁପୋଷଣ ପୀଡ଼ିତ ପିଲାଙ୍କର ବୟସ ଅନୁଯାୟୀ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୁଏ। ଏହି ସମସ୍ୟା ଜଣେ ଶିଶୁର ଭବିଷ୍ୟତ ଜୀବନ ପାଇଁ ମଧ୍ୟ ଘାତକ ହୋଇପାରେ। ତେଣୁ ସେମାନଙ୍କୁ ଚିହ୍ନଟ କରି ପୋଷଣ-ବିକାଶ ଲାଗି ଆବଶ୍ୟକ ଚିକିତ୍ସା ଓ ଯତ୍ନକୁ ସୁନିଶ୍ଚିତ କରିବା ଦିଗରେ ପୁଷ୍ଟି ସାଧନ କେନ୍ଦ୍ରଗୁଡ଼ିକ ବଡ଼ ଭୂମିକା ଗ୍ରହଣ କରୁଛି”, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଜିଲ୍ଲାର ପ୍ରତି ପୁଷ୍ଟି ସାଧନ କେନ୍ଦ୍ରରେ ୧୦ଟି ଲେଖାଏଁ ବେଡ୍ ରହିଛି। ଶିଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ଲାଗି ପ୍ରତି କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ତଥା ପୋଷଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଛି।

ସାମ୍ ଶିଶୁଙ୍କୁ ଚିହ୍ନଟ କରିବା ପାଇଁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୩୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ କାମ କରୁଛନ୍ତି। ଏହି ଟିମ୍ ସ୍ଥାନୀୟ ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ସହ ଯୋଗାଯୋଗ କରି ଗୁରୁତର ପୋଷଣ ସମସ୍ୟା ଥିବା ଶିଶୁଙ୍କୁ ଚିହ୍ନଟ କରୁଛନ୍ତି। ତା’ଛଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିବା ମମତା ଦିବସରେ ଏହିଭଳି ଶିଶୁଙ୍କୁ ଚିହ୍ନଟ କରାଯାଇ ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଉଛି।

ପୁଷ୍ଟି ସାଧନ କେନ୍ଦ୍ରରେ ଶିଶୁକୁ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ରଖି ସବୁ ପ୍ରକାର ଚିକିତ୍ସା ଓ ଯତ୍ନ ଦିଆଯାଉଛି। ଶିଶୁ ସହିତ ମା’ ବା ଅନ୍ୟ ଅଭିଭାବକ ଜଣକ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯାଉଛି। ଶିଶୁର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଲା ପରେ ତାକୁ ଘରକୁ ପଠାଇ ଦିଆଯାଉଛି। ଅପପୁଷ୍ଟି ସହିତ କୌଣସି ଜନ୍ମଗତ ରୋଗ କିମ୍ବା ଅକ୍ଷମତାର ଶିକାର ହୋଇଥିବା ଶିଶୁଙ୍କୁ ମଧ୍ୟ ପୁଷ୍ଟି ସାଧନ କେନ୍ଦ୍ରକୁ ନିଆଯାଉଛି। ସେଠାରେ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ଏବଂ ପୋଷଣ ସହ ମା’ମାନଙ୍କର କାଉନସେଲିଂ କରାଯାଉଛି।

“ପୁଷ୍ଟି ସାଧନ କେନ୍ଦ୍ରକୁ ପିଲାମାନେ ଆସିବା ପରେ ସେମାନଙ୍କର ଉଚ୍ଚତା ଏବଂ ଓଜନ ସହିତ ବାହୁ ମାପ ରେକର୍ଡ କରାଯାଇଥାଏ। ଏଠାରେ ଥିବା ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେଇଥାନ୍ତି। ଏହାକୁ ଆଧାରକରି ଶିଶୁମାନଙ୍କୁ ନିୟମିତ ଚିକିତ୍ସା ସହିତ ପୁଷ୍ଟିକର ଖାଦ୍ୟ ଦିଆଯାଏ। ଏହାସହ ଘରେ ପିଲାର କିପରି ଯତ୍ନ ନିଆଯିବ ଏବଂ ସେମାନଙ୍କୁ କେଉଁ ସମୟରେ କ’ଣ ଖାଇବାକୁ ଦିଆଯିବ ସେ ବିଷୟରେ ଆମେ ମା’ମାନଙ୍କୁ ସଚେତନ କରିଥାଉ”, କହନ୍ତି ସୁନ୍ଦରଗଡ଼ ପୁଷ୍ଟି ସାଧନ କେନ୍ଦ୍ରର ପୋଷଣ ବିଶେଷଜ୍ଞ ସସ୍ମିତା ପଣ୍ଡା।

ପୁଷ୍ଟି ସାଧନ କେନ୍ଦ୍ରରେ ହିତାଧିକାରୀମାନଙ୍କ ରହିବା, ଖାଇବା ଏବଂ ଚିକିତ୍ସା ବାବଦ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି।

ସାନ ସାନ ପିଲାଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ପୋଷଣ ନିହାତି ଜରୁରୀ। ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଆଇସିଡିଏସ୍ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିଶୁମାନଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଏବଂ ସ୍ପିରୁଲିନା ଚିନି ଓ ଚିକି ଖାଇବାକୁ ଦିଆଯାଉଛି।

ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.