ଦେଶରେ ମୋଦି ଲହର, ପ୍ରେକ୍ଷାଳୟରେ ବି ମୋଦି

Published: May 24, 2019, 6:39 pm IST

ମୋଦିଙ୍କ ଜୀବନୀକୁ ନେଇ ଫିଲ୍ମ ‘ପିଏମ୍‌ ମୋଦି’ ଆଜି ରିଲିଜ୍‌ ହୋଇଯାଇଛି । ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ତଥା ବିବେକ ଓବରୟଙ୍କ ଅଭିନୀତ ଏହି ଫିଲ୍ମଟି ଏପ୍ରିଲ୍‌ ୧୨ ତାରିଖରେ ରିଲିଜ୍‌ ହେବାକୁ ରହିଥିବାବେଳେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଏହି ଫିଲ୍ମର ରିଲିଜ୍‌ ଉପରେ ରୋକ୍‌ ଲଗାଯାଇଥିଲା । ନିର୍ବାଚନ ସହିତ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା ସରିଯାଇଛି । ଚଳିତ ଥର ବହୁ ମତରେ ଏନ୍‌ଡିଏ ପୁଣିଥରେ ସତ୍ତାକୁ ଫେରିଛି । ମୋଦିଙ୍କର ବିପୁଳ ବିଜୟ ପରେ ଏହି ଫିଲ୍ମକୁ ରିଲିଜ୍‌ କରାଯାଇଛି । ଏହି ଫିଲ୍ମରେ ବିବେକଙ୍କ ବ୍ୟତୀତ ବରଖା ବିଷ୍ଟ, ବୋମନ ଇରାନୀ, ମୋଦିଙ୍କ ପୂର୍ବରୁ ଅନେକ ରାଜନେତାଙ୍କର ଜୀବନୀ ବଡ଼ପରଦାରେ ପ୍ରଦର୍ଶିତ ହୋଇସାରିଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନେଇ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ମିନିଷ୍ଟର’, ଶିବସେନାର ପ୍ରମୁଖ ବାଲା ସାହେବଙ୍କ ଜୀବନୀକୁ ନେଇ ’ଠାକ୍‌ରେ’ ରିଲିଜ୍‌ ହୋଇସାରିଥିବାବେଳେ ଦକ୍ଷିଣ ଭାରତୀୟ ରାଜନୀତିର ଲୋକପ୍ରିୟ ନେତ୍ରୀ ସୁଶ୍ରୀ ଜୟଲଳିଥା ଓ ବସପା ମୁଖ୍ୟ ମାୟାବତୀଙ୍କ ଜୀବନୀକୁ ନେଇ ଫିଲ୍ମ ଆସିବାକୁ ରହିଛି । ତେବେ ଦେଶରେ ମୋଦି ହାଓ୍ବା ଚାଲିଥିବାବେଳେ ନରେନ୍ଦ୍ର ମୋଦିଙ୍କ ଜୀବନୀ ଫିଲ୍ମକୁ ଦର୍ଶକେ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Related posts