Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବନ୍ଦ ହେବ ‘ ଜୀ ମିଡିଆ ‘ର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’
ଜାତୀୟ ଖବର

ବନ୍ଦ ହେବ ‘ ଜୀ ମିଡିଆ ‘ର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’

November 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ଦ ହେବ ' ଜୀ ମିଡିଆ 'ର ଆଉ ଏକ ନ୍ୟୁଜ ଚ୍ୟାନେଲ 'ଜୀ ହିନ୍ଦୁସ୍ଥାନ'

Zee Hindustan to be shut down: ଖୁବ ଶିଘ୍ର ବନ୍ଦ ହେବାକୁ ଯାଉଛି ଜୀ ମିଡିଆର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’। ନିକଟରେ ‘ଜୀ ଓଡିଶା’ ଚ୍ୟାନେଲକୁ କଂପାନୀ ବନ୍ଦ କରିଥିବା ବେଳେ ଏବେ ଜାତୀୟ ନ୍ୟୁଜ ଚ୍ୟାନେଲକୁ ବନ୍ଦ କରିବ। ଏହାକୁ ନେଇ ବର୍ତ୍ତମାନ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। ଏହି ଚ୍ୟାନେଲରେ ପ୍ରାୟ ଦୁଇ ଶହରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଜୀ ହିନ୍ଦୁସ୍ଥାନର ଉଭୟ ଡିଜିଟାଲ ଏବଂ ସାଟେଲାଇଟ କୁ ବନ୍ଦ କରିଦିଆଯିବ ବୋଲି ନିଷ୍ପତି ହୋଇଛି। ଫଳରେ କଂପାନୀ ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ କହି ସାରିଛନ୍ତି। ଏପରିକି ଅନେକ କର୍ମଚାରୀ ଇସ୍ତଫା ପ୍ରଦାନ କରି ସାରିଥିବାର ମଧ୍ୟ ଜଣାପଡିଛି। ସେହିପରି ଦିଲ୍ଲୀ ବାହାରେ ଯେଉଁମାନେ ଅଛନ୍ତି ସେମାନେ ତୁରନ୍ତ ମେଲ ଯୋଗେ ଇସ୍ତଫା ଦେବା ପାଇଁ ଜଣାଇ ଦିଆଯାଇଛି। ଏହି ଚ୍ୟାନେଲର ମୁଖ୍ୟ ସମଶେର ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

ତେବେ ଏକ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଚ୍ୟାନେଲ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଏପରିକି କର୍ମଚାରୀଙ୍କୁ ଦରମା ଦେବା ପରି ରାଜସ୍ବ ମଧ୍ୟ ଏହି ଚ୍ୟାନେଲକୁ ମିଳୁ ନ ଥିଲା। ଅନ୍ୟପଟେ ଏହି କଂପାନୀର ଅନ୍ୟତମ ମୁଖ୍ୟ ଚ୍ୟାନେଲ ‘ଜୀ ନ୍ୟୁଜ’ ଚ୍ୟାନେଲ ସହିତ ଏହାର ଟକ୍କର ହେଲା। କାରଣ ଗୋଟିଏ କଂପାନୀର ଏକ ପ୍ରକାର କଣ୍ଟେଟ ଥାଇ ଦୁଇଟି ଚ୍ୟାନେଲକୁ ଲୋକେ ଗ୍ରହଣ କଲେ ନାହିଁ। ଫଳରେ ଜୀ ହିନ୍ଦୁସ୍ଥାନକୁ ବନ୍ଦ କରିଦିଆଯିବ ବୋଲି ପୂର୍ବରୁ ଜଣାପଡିଥିଲା।

ଏହି ‘ଜୀ ହିନ୍ଦୁସ୍ଥାନ’ 2017 ମସିହାରେ ଆରମ୍ଭ କରାଯାଇଥିଲା। ସେତେବେଳେ ଜୀ ମିଡିଆରେ ମୁଖ୍ୟ ପଦବୀରେ ଥିବା ଜଗଦୀଶ ଚନ୍ଦ୍ରା ଏହାକୁ ଆରମ୍ଭ କରିଥିଲେ। ସେ ଛାଡିବା ପରେ ପୁରୁଷତ୍ତୋମ ବୈଷ୍ଣବ ଏହାର ଦାୟିତ୍ବରେ ରହିଲେ। ସେତେବେଳେ ଏହି ଚ୍ୟାନେଲକୁ ଆଙ୍କର ଲେସ କରିବା ପାଇଁ ଚେଷ୍ଠା କରାଯାଇଥିଲା। ଅର୍ଥାତ କୌଣସି ଆଙ୍କର ନ୍ୟୁଜ ନ ପଢି ନ୍ୟୁଜ ପରିବେଷ କରିବାକୁ କାର୍ଯ୍ୟକାରୀ କରାଗଲା। ହେଲେ ତାହା ମଧ୍ୟ ବିଫଳ ହେବା ପରେ ଗତ 2020 ମସିହାରେ ଏହାକୁ ନୂଆ ରୂପ ଦିଆଯାଇଥିଲେ ମଧ୍ୟ ସଫଳ ହେଲା ନାହିଁ।

ତେବେ ସୁତ୍ର ଅନୁସାରେ କଂପାନୀ ‘ଜୀ ହିନ୍ଦୁସ୍ଥାନ’ ଲାଇସେନସକୁ ପରିବର୍ତ୍ତନ କରି ଏକ ଡକ୍ୟୁମେଣ୍ଟାରୀ ଚ୍ୟାନେଲ କରିବାକୁ ଚିନ୍ତା କରିଛି ବୋଲି ଜଣାପଡିଛି। ଡିସକଭରୀ ଚ୍ୟାନେଲ ପରି ହିନ୍ଦି ଭାଷାରେ ଏହାକୁ କରିବା ପାଇଁ କଂପାନୀ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ନିଷ୍ପତି କରିଛନ୍ତି। ସେହି ଅନୁସାରେ ଜୀ ହିନ୍ଦୁସ୍ଥାନ ଏକ ନୂଆ ନାମରେ ଆସିବ ବୋଲି ଜଣାପଡିଛି।

Zee Media ଜୀ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026
Latest News

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.