ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟ୍କା ଲାଗିଛି। ମେକ୍ସିକୋ ସୀମାରେ ନିର୍ମିତ ହେବାକୁ ଥିବା ପାଚେରୀ ନିର୍ମାଣ କାମ ବନ୍ଦ କରିବାକୁ ଜନୈକ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସୁରକ୍ଷା ପାଣ୍ଠି ନିମନ୍ତେ ରହିଥିବା ଅର୍ଥରେ ଟ୍ରମ୍ପଙ୍କ ପାଚେରୀ ନିର୍ମାଣକୁ ବିରୋଧ କରିଛନ୍ତି ଫେଡେରାଲ ଜଜ୍ ହେଉଡ୍ ଗିଲିଅମ୍ ଜୁନିୟର। ସେନାର ବିକାଶ ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ରହିଥିବା ଅର୍ଥକୁ ପାଚେରୀ ନିର୍ମାଣ ପାଇଁ କୋର୍ଟ ଅନୁମତି ପ୍ରଦାନ କରି ପାରିବେ ନାହିଁ ବୋଲି ବିଚାରପତି କହିଛନ୍ତି। ଶନିବାର ହେବାକୁ ଥିବା ୫୧ ମାଇଲର ଏହି ପାଚେରୀ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ନିମନ୍ତେ ଆଦେଶ ଦେଇଛନ୍ତି ବିଚାରପତି ଗିଲିଆନ୍। ସୂଚନାଯୋଗ୍ୟ ଯେ, ପୂର୍ବରୁ କାଲିଫର୍ଣ୍ଣିଆ ସମେତ ୧୯ଟି ରାଷ୍ଟ୍ର ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି।
Tags: