କଂଗ୍ରେସର ସିଡବ୍ଲ୍ୟୁସି ବୈଠକ : ପରାଜୟ ପରେ ଦଳୀୟ ସ୍ଥିତି ସମୀକ୍ଷା

Published: May 25, 2019, 11:16 am IST
CWC MEETING

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିବା ପରେ ଦଳରେ ନିରାଶା ଖେଳିଯାଇଛି। ପରାଜୟର ସମୀକ୍ଷା ପାଇଁ ଆଜି ଦଳର କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି। ଏଥିରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି। ଏହା ମଧ୍ୟରେ ଉତରପ୍ରଦେଶରେ ଦଳର ପରାଜୟ ପାଇଁ ପ୍ରଦେଶ ଅଧ୍ୟକ୍ଷ ରାଜ ବବର ଇସ୍ତଫା ପ୍ରଦାନ କରିସାରିଛନ୍ତି। ସେହିପରି ଓଡିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକ, କର୍ଣ୍ଣାଟକ ନିର୍ବାଚନ ପ୍ରଭାରୀଏସକେ ପାଟିଲ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୂତ୍ରାନୁସାରେ, ରାହୁଲ ଅଧ୍ୟକ୍ଷ ପଦ ଛାଡିବା ପାଇଁ କିଛି ବରିଷ୍ଠ ନେତା ଚାହୁଁଛନ୍ତି କିନ୍ତୁ କିଛି ନେତା ତାଙ୍କୁ ଏପରି କରିବା ପାଇଁ ମନା ମଧ୍ୟ କରୁଛନ୍ତି। ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ଟି ଆସନ ପାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଚଳିତ ଥର ଦୁଇଟି ଦୁଇଟି ଆସନରୁ ନିର୍ବାଚନ ଲଢୁଥିବାବେଳେ ପାରମ୍ପରିକ ଆସନ ଆମେଥିରୁ ପରାଜୟ ସ୍ବୀକାର କରିଛନ୍ତି। କେରଳର ଓ୍ବାୟନାଡ଼ରୁ ବିଜୟ ହୋଇଛନ୍ତି। ଏହି ବୈଠକରେ କଂଗ୍ରେସର ସଭାପତି ସୋନିଆ ଗାନ୍ଧି ଓ ମନମୋହନ ସିଂହ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି।

Related posts