BREAKING: ନବୀନ ନିବାସରେ ଚାଲିଛି ବଡ ନେତାଙ୍କର ରୁଦ୍ଧ ଦ୍ବାର ବୈଠକ

Published: Dec 7, 2022, 12:53 pm IST

ଭୁବନେଶ୍ବର: ଆସନ୍ତାକାଲି ଅଛି ପଦମପୁର ଉପନିର୍ବାଚନର ଗଣତି। ତେବେ ତା ପୂର୍ବରୁ ଆଜି ହଠାତ ବିଜେଡିର ତୁଙ୍ଗ ନେତାଙ୍କୁ ନବୀନ ନିବାସ ଡକରା ଆସିଛି। ଫଳରେ ଛୋଟବଡ ହୋଇ ପ୍ରାୟ ୫୦ରୁ ଉର୍ଦ୍ଧ ନେତାଙ୍କର ସମାଗମ ହୋଇଛି। ହଠାତ କଣ ପାଇଁ ନବୀନ ଏପରି ନେତାଙ୍କୁ ଡାକି ବୈଠକ କଲେ ସେ ନେଇ ସମସ୍ତଙ୍କର ନଜର ରହିଛି।

ତେବେ ଯାହା ଜଣାପଡିଛି ଯେ, ନବୀନ ପଦମପୁର ଫଳାଫଳ ପୂର୍ବରୁ ସେ ଏକ ସମୀକ୍ଷା କରିବାକୁ ଚାହିଁଛନ୍ତି। ଫଳରେ ପଦମପୁର ନିର୍ବାଚନରେ ଯେଉଁ ନେତାମାନେ ଦାୟିତ୍ବ ନେଇଥିଲେ ସେମାନଙ୍କୁ ସମସ୍ତଙ୍କୁ ଡକରା ଆସିଛି।

ଏହି ବୈଠକରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ରୋହିତ ପୂଜାରୀ, ପ୍ରଦୀପ ମାଝି, ସୁଧୀର ସାମଲ, ବ୍ରଜ ପ୍ରଧାନ ପ୍ରମୁଖ ବହୁ ନେତା ସାମିଲ ହୋଇଥିବାର ଜଣାପଡିଛି।

Related posts