Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
ଅପରାଧ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

October 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Decomposed body of a minor girl recovered
Decomposed body of a minor girl recovered

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ବର୍ତନା ପଞ୍ଚାୟତର ଶୁଳଶଣ୍ଡା ଓ ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱ ଜଙ୍ଗଲ ଜମିରୁ ଜଣେ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଉତ୍ତେଜନା ସୃଷ୍ଟି କରିଛି। ମୃତ ନାବାଳିକା ଜଣକ ବର୍ତନା ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ୧୪ ବର୍ଷୀୟା ଦୀପିକା ଜେନା ବୋଲି ଚିହ୍ନଟ କରାଯାଇଛି। ସେ ଗତ ୫ ଦିନ ଧରି ନିଖୋଜ ଥିବା ବେଳେ ଗୁରୁବାର ନିର୍ଜନ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛ ନିକଟରୁ ତାଙ୍କର ମୃତଦେହ ମିଳିଛି। ମୃତଦେହର ବେକରେ ନାଲି ଲୁଗା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଦୀପିକା ଗତ ୫ ଦିନ ତଳେ ହଠାତ୍ ଗ୍ରାମରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ସମ୍ପର୍କୀୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଗୁରୁବାର ସ୍ଥାନୀୟ କିଛି ଲୋକ ଶୁଳଶଣ୍ଡା-ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱ ଜଙ୍ଗଲ ନିକଟ ଦେଇ ଯାଉଥିବା ସମୟରେ ଦୁର୍ଗନ୍ଧ ବାହାରୁଥିବା ଅନୁଭବ କରିଥିଲେ। ସନ୍ଦେହ ହେବାରୁ ସେମାନେ ଜଙ୍ଗଲ ଭିତରକୁ ଯାଇ ଗଛ ନିକଟରେ ଗଳିତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତଦେହର ବେକରେ ନାଲି ଲୁଗା ଜଡ଼ା ହୋଇ ରହିଥିବା ବେଳେ ଶରୀରଟି ବିକୃତ ଅବସ୍ଥାରେ ଥିଲା। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ ଏବଂ ନିଖୋଜ ଦୀପିକାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଜଳେଶ୍ୱର ପୋଲିସ ଓ ନାମ୍ପୋ ଫାଣ୍ଡି ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ନାବାଳିକାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ ପରେ ବେକରେ ଲୁଗା ଚିପି ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଦୃଢ଼ ଦାବି କରାଯାଇଛି। ପୋଲିସ ଏହି ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଦୁଷ୍କର୍ମ ସମ୍ପର୍କିତ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି।

ନାବାଳିକା ବର୍ତନା ପଞ୍ଚାୟତ ବାଲେଶ୍ୱର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ନଦୀରେ ଡଙ୍ଗା ବୁଡ଼ି ଜଣେ ମୃତ, ଦୁଇ ନିଖୋଜ

October 22, 2026

ମେଲାଣି ନେବେ ମା’ : ଦୁର୍ଗାଙ୍କ ଭସାଣୀ ପାଇଁ ଟ୍ରାଫିକ୍ କଟକଣା, ଡିଜେ ଉପରେ ରୋକ୍‌

October 22, 2026

ଚେକ୍ ବାଉନ୍ସ ମାମଲାରେ ବଡ଼ ରାୟ: ୬ ମାସ ଜେଲ୍ ସହ ୪ ଲକ୍ଷ ଟଙ୍କା ଜରିମାନା

October 22, 2026
Latest News

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍

October 22, 2026

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

October 22, 2026

India Chem 2026: ଖଣିରୁ କେମିକାଲ୍ ଅର୍ଥନୀତି ଆଡ଼କୁ ଓଡ଼ିଶାର ବଡ଼ ପଦକ୍ଷେପ

October 22, 2026

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.