Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ମନ୍ତ୍ରୀଙ୍କ ନୂଆ ରେଳ ସେବା କାଶୀ ତାମିଲ ସଂଗମମ ଏକ୍ସପ୍ରେସ ଘୋଷଣା
ଆଜିର ଖବର

ରେଳ ମନ୍ତ୍ରୀଙ୍କ ନୂଆ ରେଳ ସେବା କାଶୀ ତାମିଲ ସଂଗମମ ଏକ୍ସପ୍ରେସ ଘୋଷଣା

December 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାଶୀ ତାମିଲ ସଂଗମମକୁ ସ୍ମରଣୀୟ କରିବା ପାଇଁ କାଶୀ ଠାରୁ ତାମିଲନାଡୁ ମଧ୍ୟରେ ଏକ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। କାଶୀ ତାମିଲ ସଂଗମମ ଦେଖିବାକୁ ତାମିଲନାଡୁରୁ ଆସିଥିବା ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିବା ସହ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନା ମଧ୍ୟ ସମୀକ୍ଷା କରିଛନ୍ତି।

ପ୍ରତିନିଧିମାନଙ୍କ ଅଷ୍ଟମ ବ୍ୟାଚ ସହ ଶ୍ରୀ ବୈଷ୍ଣବ ଆଲୋଚନା କରିଛନ୍ତି। ପ୍ରତିନିଧିମାନେ ନିଜ ଯାତ୍ରା ଅଭିଜ୍ଞତା ଓ ଉନ୍ନତ ଆତିଥେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସହାୟତା କରିଥିବା ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଟିମକୁ ପ୍ରଶଂସା କରିଛନ୍ତି। ଏପରି ମାନବୀୟ ଆଦାନପ୍ରଦାନ ଦ୍ୱାରା ପରମ୍ପରା, ଜ୍ଞାନ ଓ ସଂସ୍କୃତି ଘନିଷ୍ଠ ହେବ, ପରସ୍ପରର ଐତିହ୍ୟକୁ ବୁଝିବା ସହଜ ହେବ ଏବଂ ଦୁଇ ଅଞ୍ଚଳର ଲୋକଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ବୋଲି କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଶ୍ରୀ ବୈଷ୍ଣବ କାଶୀ ଓ ତାମିଲନାଡୁ ମଧ୍ୟରେ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। ଏହି ସେବା ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନାଗୁଡିକୁ ସମୀକ୍ଷା କରିଛନ୍ତି। ଭବିଷ୍ୟତର ଯାତ୍ରୀ ଯାତାୟତକୁ ଦୃଷ୍ଟିରେ ରଖି ଷ୍ଟେସନ ପୁନଃବିକାଶ ଯୋଜନା ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି।

ବାରଣାସୀ ଜଙ୍କସନ ରେଳ ଷ୍ଟେସନ ପରିଦର୍ଶନ ବେଳେ ମନ୍ତ୍ରୀ କହିଛନ୍ତି ଏହି ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ବିକଶିତ କରିବା ରେଳ ଷ୍ଟେସନଗୁଡିକ ବିମାନ ବନ୍ଦର ଟର୍ମିନାଲ ଭଳି ଦେଖାଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ। ଏହି ଷ୍ଟେସନକୁ ବିଶ୍ୱର ସର୍ବଶ୍ରେଷ୍ଠ ରେଳ ଷ୍ଟେସନରେ ପରିଣତ କରିବାକୁ ପ୍ରାୟ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ପୁନଃବିକାଶ କରାଯିବ। ବାରଣାସୀ ସହରର ଷ୍ଟେସନଗୁଡିକରେ ଯାତ୍ରୀ ଭିଡ କମାଇବା ପାଇଁ ଏହି ଅଞ୍ଚଳର ସମସ୍ତ ରେଳ ଷ୍ଟେସନର ସମନ୍ୱିତ ବିକାଶ କରାଯିବ। ସେହିପରି ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ ଶୀଘ୍ର ବନ୍ଦେ ଭାରତ ସ୍ଲିପର ନିର୍ମାଣ ଆରମ୍ଭ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାଶୀ ତାମିଲ ସଂଗମମ କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିଥିଲା। ଏହି ଉତ୍ସବ ଦେଖିବା ପାଇଁ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନଙ୍କୁ କାଶୀ ଆମନ୍ତ୍ରିତ କରାଯାଇଥିଲା। ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଆମନ୍ତ୍ରିତ ପ୍ରତିନିଧିମାନଙ୍କୁ କାଶୀ, ପ୍ରୟାଗରାଜ ଓ ଅଯୋଧ୍ୟା ଭ୍ରମଣ କରାଇବା ସହ ଆତିଥ୍ୟ ପ୍ରଦାନ କରିଥିଲେ।

ଅଶ୍ୱିନୀ ବୈଷ୍ଣବ ଆଇଆରସିଟିସି ତାମିଲନାଡୁ ରେଳ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ଐତିହ୍ୟର ମୂଳ, ଭବିଷ୍ୟତର ଡେଣା

August 24, 2026
Latest News

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ଐତିହ୍ୟର ମୂଳ, ଭବିଷ୍ୟତର ଡେଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.