ରାଜ୍ୟର ବିଭିନ୍ନ ସହର ସହିତ କଟକ-ଭୁବନେଶ୍ୱରରେ ଘନ କୁହୁଡି

Published: Dec 13, 2022, 3:38 pm IST

ଭୁବନେଶ୍ୱର: ଆଜି ସକାଳେ କଟକ-ଭୁବନେଶ୍ୱରରେ ଘନ କୁହୁଡି ପରିଲକ୍ଷିତ ହୋଇଛି।  ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି। ଘନ କୁହୁଡିର ଘନତା ଏପରି ଥିଲା ଯେ, ୫୦ ମିଟର ଦୂରରୁ କିଛି ଦେଖି ହେଉନାହିଁ। ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉ ନ ଥିଲା। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଭୁବନେଶ୍ବର ପାଣିପାଗ ବିଭାଗ ଉପକୂଳ ଓଡ଼ିଶାରେ ଅନୁଭୂତ ହୋଇଛି ଘନ କୁହୁଡି ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ଦୂରତା ୧୦୦ ମିଟର ତଳେ ରେକର୍ଡ କରାଯାଇଛି। ସେହି ଅନୁାସାରେ ଭୁବନେଶ୍ୱର: ୫୦ ମିଟର, କଟକ: ୫୦ ମିଟର, ଚାନ୍ଦବାଲି: ୫୦ ମିଟର, ପାରାଦ୍ୱୀପ: ୫୦ ମିଟର ଏବଂ ପୁରୀ: ୮୦ ମିଟର ରହିଥିଲା।

Related posts