ଟାଇମ୍ସ ୫୦ ମୋଷ୍ଟ ଡିଜାରବେଲ୍ ଓ୍ବମେନ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଟାଇମ୍ସ ତରଫରୁ ପ୍ରକାଶିତ ଏହି ୫୦ ଜଣିଆ ତାଲିକାରେ ବଲିଉଡ୍ର ବହୁ ଅଭିନେତ୍ରୀମାନେ ସାମିଲ୍ ଅଛନ୍ତି । କ୍ୟାଟ୍ରିନା କୈଫ୍, ଦୀପିକା ପାଦୁକୋନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, ସାରା ଅଲ୍ଲୀ ଖାନ୍, ଜାହ୍ନବୀ କପୁର୍, ଅଦିତି ହାଇଦ୍ରୀ, ଅନୁକୃତି ବ୍ୟାସ, ମାନୁଷୀ ଚିଲ୍ଲାର, କ୍ରିତି ସାନନ୍, ହିନା ଖାନ୍, ୟାମୀ ଗୌତମ, ନୋରା ଫତେହୀ, ରାଧିକା ମଦାନ୍, ଶ୍ରୁତି ହରିହରନ୍, ଏରିକା ଫଣ୍ଣାଣ୍ଡେଜ୍, ରିତାବରୀ ଚକ୍ରବର୍ତ୍ତୀ, ରୋଶନୀ ଶେହରାନ୍, ଦିଶା ପଟ୍ଟାନୀ, ଅଦିତି ହୁଣ୍ଡିଆ, ଗାୟତ୍ରୀ ଭରଦ୍ବାଜ ପ୍ରମୁଖ ରହିଛନ୍ତି । ୨୦୧୮ରେ ‘ରାଜି’ ଫିଲ୍ମରେ ଆଲିଆଙ୍କ ଅଭିନୟ ବେଶ୍ ଉଚ୍ଚକୋଟୀର ରହିଥିଲା । ୨୦୧୯ରେ ତାଙ୍କ ଅଭିନୀତ ‘ଗଲିବୟ’, ‘କଳଙ୍କ’ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଆଲିଆ ଏବେ ରଣବୀର କପୁର୍ଙ୍କ ରିଲେସନସିପ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।
Tags: