Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ପରମାଣୁ ବିସ୍ଫୋରଣ ସହିତ ଏଲିୟନଙ୍କ ଆକ୍ରମଣର ଭୟ
ଆଜିର ଖବର

୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ପରମାଣୁ ବିସ୍ଫୋରଣ ସହିତ ଏଲିୟନଙ୍କ ଆକ୍ରମଣର ଭୟ

December 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାବା ଭେଙ୍ଗା ବୁଲଗେରିଆର ଜଣେ ମହିଳା ଫକୀର ଥିଲେ। ସେ ୩ ଅକ୍ଟୋବର ୧୯୧୧ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନ ବୁଲଗେରିଆର କୋଝୁହ ପର୍ବତର ରୁପାଇଟ୍ ଅଞ୍ଚଳରେ ଅତିବାହିତ ହୋଇଥିଲା। ଜନ୍ମ ସମୟରେ ତାଙ୍କର ଉଭୟ ଆଖିର ଦ୍ରୁଷ୍ଟିଶକ୍ତି ଥିଲା, କିନ୍ତୁ ୧୨ ବର୍ଷ ବୟସରେ ସେ ଉଭୟ ଆଖିରୁ ଦ୍ରୁଷ୍ଟିଶକ୍ତି ହରାଇଲେ। ସଂପୂର୍ଣ୍ଣ ଅନ୍ଧ ହୋଇଥିଲେ ମଧ୍ୟ ଭିତରେ ଅନୁଭବ କରିବାର ଅପାର କ୍ଷମତା ଥିଲା।

୧୧ ଅଗଷ୍ଟ ୧୯୯୬ ରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଛନ୍ତି। ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି। ତାଙ୍କର ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେୱା ଗୁସ୍ତରୋଭା, ଯିଏ ବାବା ଭେଙ୍ଗା ଭାବରେ ପ୍ରସିଦ୍ଧ ହୋଇଥିଲେ। ଆସନ୍ତୁ ଜାଣିବା ସେ ୨୦୨୩ ବର୍ଷ ପାଇଁ କ’ଣ ପୂର୍ବାନୁମାନ କରିଛନ୍ତି?

୨୦୨୩ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ:

ପରମାଣୁ ବିସ୍ଫୋରଣ ହେବ:

ଯଦି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ୨୦୨୩ ବର୍ଷ ପାଇଁ ସତ ହୁଏ, ତେବେ ଚଳିତ ବର୍ଷ ଆଣବିକ ଶକ୍ତିର ବିସ୍ଫୋରଣ ଘଟିବ। ଏହି କାରଣରୁ ବହୁ ସଂଖ୍ୟକ ଲୋକ ଏବଂ ଧନ ନଷ୍ଟ ହୋଇଯିବ। ୟୁକ୍ରେନ ଏବଂ ଋଷ ମଧ୍ୟରେ ହୋଇଥିବା ଯୁଦ୍ଧ ସଂପର୍କରେ ବିଶ୍ଳେଷକମାନେ ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଦେଖୁଛନ୍ତି। ଏହା ବ୍ୟତୀତ ବାବା ଭେଙ୍ଗା ମଧ୍ୟ କହିଛନ୍ତି ଯେ, ଏକ ବଡ ଦେଶ ଜୈବିକ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିପାରେ। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବ।

ପୃଥିବୀ ଉପରେ ଏଲିୟନଙ୍କ ଆକ୍ରମଣ:

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଅନ୍ୟ ଗ୍ରହରୁ ଆସୁଥିବା ଶକ୍ତି ଦ୍ୱାରା ପୃଥିବୀ ଉପରେ ଆକ୍ରମଣ ହେବ। ଯେଉଁଥିପାଇଁ ଏଠାକାର ଲୋକମାନେ ବହୁତ କଷ୍ଟ ଭୋଗିପାରନ୍ତି। ଲୋକମାନେ ବିଶ୍ୱାସ କରନ୍ତି ଯେ ଏହା ଏକ ଏଲିୟନ ଆକ୍ରମଣ ହୋଇପାରେ। ପୃଥିବୀ ଉପରେ ସେମାନଙ୍କର ଆକ୍ରମଣ ଅନେକ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ନଷ୍ଟ କରିପାରେ।

ସୌର ଝଡ:

ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, 2023 ମସିହାରେ ଏକ ବିପଦପୂର୍ଣ୍ଣ ଝଡ ଆସିପାରେ। ଏଭଳି ଝଡ ଦୁନିଆରେ କେବେ ଆସି ନଥିଲା। ପୂର୍ବାନୁମାନ ଅନୁଯାୟୀ ଏହା ଏକ ସୌର ଝଡ ହୋଇପାରେ। ବିଶ୍ଳେଷକମାନେ କହିଛନ୍ତି ଯେ, ସୂର୍ଯ୍ୟଙ୍କଠାରୁ ଏହି ପ୍ରକାର ଶକ୍ତି ଉତ୍ପନ୍ନ ହେବ। ଯାହାର ପ୍ରଭାବ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।

ଭବିଷ୍ୟବାଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.