ସମୀକ୍ଷା ବ୍ୟୁରୋ
ଆଶ୍ଚର୍ଯ୍ୟ ଜନକ ଭାବେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିଥିବା କଂଗ୍ରେସ ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ନୂଆ ଦିଲ୍ଲୀ ଗସ୍ତ କରିଛନ୍ତି। ପୂର୍ବରୁ ରାଜନୈତିକ ଧାର ଧରି ନ ଥିବା ସପ୍ତଗିରି କୋରାପୁଟ ପରି ହେଭିୱେଟଙ୍କୁ ହରାଇ ବିଜୟ ଲାଭ କରିବେ ତାହା କେହି ବି ବିଶ୍ବାସ କରି ନ ଥିଲେ। ଏପରିକି ତାଙ୍କ ଦଳର ନେତାମାନେ ମଧ୍ୟ ସେ ଜିତିବେ ବୋଲି କେବେ ବି ଭାବି ନ ଥିଲେ। ସପ୍ତଗିରି ରାଜନୈତିକ ପରିବାରରେ ଜନ୍ମ ନେଇଛନ୍ତି । ତାଙ୍କ ବାପା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଉଲ୍ଲାକା। ହେଲେ ସପ୍ତଗିରି କେବେ ବି ୱାର୍ଡ ମେମ୍ବରଟିଏ ପାଇଁ ମଧ୍ୟ ପ୍ରତିଦ୍ବନ୍ଦିତା କରି ନାହାଁନ୍ତି। ନୂଆ ଦିଲ୍ଲୀ ଗସ୍ତ ବେଳେ ସେ କହିଛନ୍ତି ଯେ, ଏହା ପୂର୍ବରୁ ସେ ଅଗଣିତ ଥର ନୂଆ ଦିଲ୍ଲୀ ଗସ୍ତ କରିଛନ୍ତି। ହେଲେ ଏଥର ସେ ଜଣେ ଲୋକ ପ୍ରତିନିଧୀ ଭାବେ ଗସ୍ତ କରୁଛନ୍ତି। କୋରାପୁଟର ଉନ୍ନତି ପାଇଁ ଦିଲ୍ଲୀ ଦରବାରରେ ଲଢେଇ କରିବି ବୋଲି ସପ୍ତଗିରି କହିଛନ୍ତି। ଗତ 2014 ନିର୍ବାଚନରେ କଂଗ୍ରେସ, ଓଡିଶାରୁ ଗୋଟିଏ ବି ସାଂସଦ ଜିତାଇପାରି ନ ଥିଲା। ଏଥର ସପ୍ତଗିରି କଂଗ୍ରେସ ଟିକେଟରୁ ଜିତିଛନ୍ତି ସତ ହେଲେ ଏଥିରେ ଯେ, କଂଗ୍ରେସର ଅବଦାନ ଥିଲା ତାହା କହିବା ଠିକ ହେବ ନାହିଁ।