Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ଜାନୁୟାରୀରେ ଭୁବନେଶ୍ୱରରୁ ବାରାଣାସୀ ଆଲ୍ଲାହାବାଦ ଯିବେ
ବିଶେଷ ଖବର

ଖୋର୍ଦ୍ଧା ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ଜାନୁୟାରୀରେ ଭୁବନେଶ୍ୱରରୁ ବାରାଣାସୀ ଆଲ୍ଲାହାବାଦ ଯିବେ

December 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Senior Citizen TirthaYatra
ଖୋର୍ଦ୍ଧା ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ଜାନୁୟାରୀରେ ଭୁବନେଶ୍ୱରରୁ ବାରାଣାସୀ ଆଲ୍ଲାହାବାଦ ଯିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରେ ୨୦୧୯-୨୦ ମସିହାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ଚୟନ ହୋଇଥିବା ୯୭୦ ଜଣ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଆଗାମୀ ୨୦୨୩ ନୂଆବର୍ଷ ଜାନୁଆରୀ ୨୭ରେ ଶୁଭାରମ୍ଭ ହେବ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କର୍ଟ ଅଫିସର( ସୁରକ୍ଷା ଅଧିକାରୀ)ଙ୍କ ସହିତ ମୋଟ ୧୦୦୦ ଯାତ୍ରୀଙ୍କୁ ନେଇ ବାରାଣାସୀ ଓ ଆଲ୍ଲାବାଦଦର୍ଶନ ପାଇଁ  ଯାତ୍ରା କରିବ ଏହି  ସ୍ୱତନ୍ତ୍ର ଟ୍ରେନ୍। ପୂର୍ବରୁ ମନୋନୀତ ହୋଇଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ସ୍ଥିର କରାଯାଇଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଲା। ଏବେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଏହି ତୀର୍ଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଅପରାହ୍ନରେ ଏକ ବୈଠକ ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବିଡିଓ ଶ୍ରୀ ସମ୍ପଦ କୁମାର ଦଳାଇ, ଖୋର୍ଦ୍ଧା ଏବଂ  ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟଟନ ଅଧିକାରୀଦ୍ୱୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱର, ଜିଲ୍ଲା ସଂସ୍କୃତି ଅଧିକାରୀ, ଖୋର୍ଦ୍ଧା, ଆଂଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଏବଂ ବିଏମସିର ଡେପୁଟୀ କମିଶନର ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ତୀର୍ଥଯାତ୍ରା ପାଇଁ ମନୋନୀତବରିଷ୍ଠ ନାଗରିକମାନେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲାରୁ ଭୁବନେଶ୍ୱର ଆସିବେ ଓ ସେଠାରୁ ଟ୍ରେନ୍ ଯୋଗେ ଯାତ୍ରା କରିବେ । ଏଥିପାଇଁ ବସ୍ ବ୍ୟବସ୍ଥା, ଭୁବନେଶ୍ୱରରେ ସେମାନଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା, ସେମାନଙ୍କ ପାଇଁ  ଖାଦ୍ୟ ପେୟ ବ୍ୟବସ୍ଥା, ପହଂଚିବା ପରେ ପଂଜୀକରଣ, ସୂଚନା ପ୍ରଦାନ ପାଇଁ ଡାକବାଜି ଯନ୍ତ୍ର ବ୍ୟବସ୍ଥା,ଆଇନ୍ ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ ବ୍ୟବସ୍ଥା,ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଯାତ୍ରା ସମୟରୁ  ଆରମ୍ଭ କରି ଯାତ୍ରାରୁ ଫେରି ଘରେ ପହଁଚିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସୁବିଧା କରାଯିବା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଅଧିକାରୀମାନଙ୍କ ସହିତ ବିଶଦ୍ ଭାବେ ଆଲୋଚନା କରିଥିଲେ ।

ସେହିପରି ୨୦୨୨-୨୩  ବର୍ଷ ପାଇଁ ମନୋନୀତ  ହୋଇଥିବା ୯୭୦ ଜଣ ତୀର୍ଥଯାତ୍ରୀଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ମାର୍ଚ୍ଚ ୪ତାରିଖରୁ ଯାତ୍ରା ଆରମ୍ଭ ହେବା ପାଇଁ ଆପାତତଃ ସ୍ଥିର ହୋଇଥିବା ଜଣାଯାଇଛି । ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବାରୁ ସେମାନଙ୍କରଅସ୍ଥାୟୀ ରହଣୀ ଓ ଯାତାୟତରେ ଯେପରି କୌଣସି ପ୍ରକାର ତ୍ରୁଟି ନହୁଏ, ସେଥିପ୍ରତି ଯତ୍ନବାନ ରହିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଖୋର୍ଦ୍ଧା ବରିଷ୍ଠ ନାଗରିକ ତୀର୍ଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.