Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ଜାନୁୟାରୀ ୮ ରେ ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’
ଆଜିର ଖବର

ଆସନ୍ତା ଜାନୁୟାରୀ ୮ ରେ ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

January 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି? ଅନ୍ୟ ଗ୍ରହରୁ ଏଲିଏନ କ’ଣ ପୃଥିବୀକୁ ଆସନ୍ତି? ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି କି? ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଥିବା ବେଳେ ଏପରି ଏକ ବିଜ୍ଞାନ ଭିତ୍ତିକ କହାଣୀ ଉପରେ ଆଧାରିତ ଏକ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ ଆସନ୍ତା ଜାନୁୟାରୀ ୮ ସନ୍ଧ୍ୟା ୬: ୩୦ ମିନିଟରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରିମିୟର ହେବାକୁ ଯାଉଛି।

ଏହି ଚଳଚ୍ଚିତ୍ରରେ ଗୋଟିଏ ଆକାଶ ଯାନ ପୃଥିବୀ ମୁହାଁ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଏବଂ ସେହି ଦୁର୍ଘଟଣାରେ ଗୋଟିଏ ଏଲିଏନ ବଞ୍ଚି ଯାଇଛି। ଘଟଣା କ୍ରମେ ସେ ପୃଥିବୀର ଜଣେ ଝିଅର ରୂପ ନେଇ ରହେ। ସେ ପୃଥିବୀରେ ରହିବା ସମୟରେ ଅନେକ କିଛି ଘଟଣା ତାର ଜୀବନରେ ଘଟୁଛି ଯାହାକୁ ନେଇ ଚଳଚିତ୍ର କାହାଣୀ ଅଗ୍ରସର ହେଉଛି।

କାତ୍ୟାୟାନି ଶୁକ୍ଳାଙ୍କ ପରିକଳ୍ପନା ତଥା ସଞ୍ଜୟ ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଜାତୀୟ ସ୍ତରର ଖେଳାଳି, ମିଷ୍ଟର ଇଣ୍ଡିଆର ଫାଇନାଲିଷ୍ଟ ତଥା ଫିଟନେସ ଟ୍ରେନର ଅଭିଜିତ ଦାସ ମୁଖ୍ୟ ଚରିତ୍ର ବାଦଲ ଓ ଜଣାଶୁଣା ମଡେଲ ତଥା ବହୁ ଧାରାବାହିକର ଅଭିନେତ୍ରୀ କୁକିଜ ସ୍ଵାଇଁ ମୁଖ୍ୟ ଚରିତ୍ର ପରି ଓ ଏଲିଏନ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ସଙ୍ଗୀତରେ ସଜେଇଛନ୍ତି। ଗୀତ ରଚନା କରିଛନ୍ତି ଡଃ ଶୁଭ ଦାସ,ଅରୁଣ ମନ୍ତ୍ରୀ,ନିହାର ପ୍ରିୟଦର୍ଶୀ ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦେବାନ୍ସି ଓ ଅନ୍ତରା ଚକ୍ରବର୍ତ୍ତୀ।

ଏହି ଚଳଚ୍ଚିତ୍ରର ନିର୍ମାଣରେ ଭଗତ ସିଂହ କ୍ୟାମେରାରେ ସହାୟତା କରିଥିବା ବେଳେ ରଞ୍ଜନ ଖଟେଇ ସମ୍ପାଦନା କରିଛନ୍ତି। ବିଜ୍ଞାନର କୌତୁହଳତା ଓ ଭରପୁର ମନୋରଞ୍ଜନର ସମ୍ମିଶ୍ରଣରେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଜ଼ୀ ସାର୍ଥକ ଚାନେଲ ମୁଖ୍ୟ ପ୍ରତୀକ ସିଲ ପ୍ରକାଶ କରିଛନ୍ତି।

ଓଡିଆ ଚଳଚ୍ଚିତ୍ର ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.