Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ନବୀନ !! ଚର୍ଚ୍ଚାର ଆଗରେ ବିଧାୟକ ସୁଶାନ୍ତ ସିଂ
ବିଶେଷ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ନବୀନ !! ଚର୍ଚ୍ଚାର ଆଗରେ ବିଧାୟକ ସୁଶାନ୍ତ ସିଂ

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବେ ନବୀନ, ଚର୍ଚ୍ଚାର ଆଗରେ ବିଧାୟକ ସୁଶାନ୍ତ ସିଂ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ଏ ନେଇ ଜାତୀୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏପରି କ୍ଷେତ୍ରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ ହେବ ବୋଲି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ ସଚିବାଳୟଠାରୁ ରାଜଧାନୀ ଖଟି ପର୍ଯ୍ୟନ୍ତ ବେଶ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।

ନିକଟରେ ପଦମପୁରରେ ବିଜେଡିର ବିପୁଳ ବିଜୟ ପରେ ସେଠାକାର ପ୍ରଚାର ମଙ୍ଗ ସମ୍ଭାଳିଥିବା ନେତାଙ୍କୁ ପୁରସ୍କାର ଦେବେ ବୋଲି ନବୀନ ଚିନ୍ତା କରିଛନ୍ତି। ସେଥିପାଇଁ ଏହି ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବ। ମୁଖ୍ୟତଃ ସୁଶାନ୍ତ ସିଂଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି। ସେହିପରି ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ଏକ ଭଲ ଦାୟିତ୍ବ ଦେବାର ସମ୍ଭାବନା ମଧ୍ୟ ରହିଛି।

ତେବେ ପଦମପୁର ବିଜୟ ପଛରେ ଯେଉଁ ପ୍ରମୁଖ ବିନ୍ଧାଣୀ ଅଛନ୍ତି ସେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ମଧ୍ୟ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପରିକି ତାଙ୍କୁ ଏକ ଭଲ ବିଭାଗ ଦିଆଯିବ ବୋଲି କୁହାଯାଉଛି। ପୂର୍ବରୁ ସେ ସଂଗଠନ ସମ୍ଭାଳିବା ପାଇଁ ମନ୍ତ୍ରୀ ପଦକୁ ଗ୍ରହଣ କରି ନ ଥିଲେ। ହେଲେ ଏଥର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି।

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ବଦନାମ କରିସାରିଲେଣି। ପୂର୍ବରୁ ସେହିପରି ବଦନାମ କରିଥିବା ମନ୍ତ୍ରୀଙ୍କୁ ନବୀନ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଇଥିଲେ। ଏଥର ମଧ୍ୟ ଯେଉଁ ମନ୍ତ୍ରୀମାନେ ବଦନାମ ମୁଣ୍ଡାଇ ବୁଲୁଛନ୍ତି ସେମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଇ ନବୀନ ମନ୍ତ୍ରୀ ମଣ୍ଡଳରୁ ବିଦା କରିଦେବେ। ସେଥିରେ ସର୍ବାଗ୍ରେ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ।

ବଦନାମ ମନ୍ତ୍ରୀ ସହିତ ନବୀନ ଯେଉଁ ମନ୍ତ୍ରୀମାନଙ୍କ ଦକ୍ଷତା ନାହିଁ ସେମାନଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେବେ ବୋଲି ଜଣାପଡିଛି। ନବୀନ ଏହି ଅଦଳବଦଳରେ ଅଳ୍ପ କେତେକ ନୂଆ ମୁହଁ ନେବେ ବୋଲି ଆଲୋଚନା ଚାଲିଛି। ହେଲେ ମନ୍ତ୍ରୀମଣ୍ଡଳରେ ଏକ ବଡଧରଣର ବିଭାଗ ଅଦଳବଦଳ କରିବାକୁ ନବୀନ ନିଷ୍ପତି କରିଛନ୍ତି।

ବର୍ତ୍ତମାନ ଓଡିଶା ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଲା। ଏହା ପୂର୍ବରୁ ଯଦି ସରକାରକୁ ଠିକ କରା ନ ଯାଏ ତେବେ ସବୁ ଅଙ୍କ ଭୁଲ ହୋଇଯିବ। ସେଥିପାଇଁ ପଦମପୁର ନିର୍ବାଚନ ପରେ ବର୍ତ୍ତମାନ ନବୀନ ନିବାସ ବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ସମୟରେ ନବୀନ ନେତାମାନଙ୍କୁ ଡାକି ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ନବୀନ ନୂଆ ବର୍ଷରେ ଶ୍ରୀଜଗନ୍ନାଥ ଦର୍ଶନ ସାରି ଏହି ଅବଦବଦଳ କରିବେ ବୋଲି ଜଣା ପଡିଛି।

ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.