Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦଙ୍କ ଅପରାଧିକ ମାମଲାରେ ୪୪ ପ୍ରତିଶତ ବୃଦ୍ଧି
ଆଜିର ଖବର

ସାଂସଦଙ୍କ ଅପରାଧିକ ମାମଲାରେ ୪୪ ପ୍ରତିଶତ ବୃଦ୍ଧି

May 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଗତ ୩ଟି ଲୋକସଭା ନିର୍ବାଚନରେ କୋଟିପତି ଓ ଅପରାଧିକ ପୃଷ୍ଠଭୂମି ଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ, ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ (ଏଡିଆର) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ବିଗତ ୧୦ ବର୍ଷରେ ଅପରାଧିକ ମାମଲାରେ ସମ୍ପୃକ୍ତ ସାଂସଦଙ୍କ ସଂଖ୍ୟାରେ ୪୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କୋଟିପତି ସାଂସଦଙ୍କ ସଂଖ୍ୟାରେ ୮୮ ପ୍ରତିଶତ ବୃଦ୍ଧି ପାଇଛି। ଏଡିଆର ରିପୋର୍ଟ ଅନୁଯାୟୀ ସପ୍ତଦଶ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୫୪୨ ଜଣ ସାଂସଦଙ୍କ ମଧ୍ୟରୁ ୨୩୩ ଜଣ ଅର୍ଥାତ ୪୩ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ବେଳେ ୧୫୯ ଜଣକ ବିରୁଦ୍ଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି। ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡିକ ମଧ୍ୟରୁ ମାତ୍ର ୨୫ଟି ଦଳ ସେମାନଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲାର ବିବରଣୀ ଦେଇଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ବିହାରରୁ ନିର୍ବାଚିତ ୮୨ ପ୍ରତିଶତ ଏବଂ କେରଳରୁ ନିର୍ବାଚିତ ୯୦ ପ୍ରତିଶତ ସଦସ୍ୟଙ୍କ ବିରୁଦ୍ଧରେ କୋର୍ଟରେ ଅପରାଧିକ ମାମଲା ଚାଲିଥିବା ଜଣାପଡିଛି । ସେହିପରି ପଶ୍ଚିମ ବଙ୍ଗରେ ୫୫, ଉତ୍ତର ପ୍ରଦେଶରେ ୫୬ ଓ ମହାରାଷ୍ଟ୍ରରେ ୫୮ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ବୃଦ୍ଧି ପାଇଥିବା ବେଳେ ଛତିଶଗଡ଼ରେ ସର୍ବନିମ୍ନ ୯ ଓ ଗୁଜୁରାଟରେ ୧୫ ପ୍ରତିଶତ ବୃଦ୍ଧି ପାଇଛି। ସମ୍ପୃକ୍ତ ସାଂସଦମାନଙ୍କ ବିରୁଦ୍ଧରେ ହତ୍ୟା, ହତ୍ୟା ପାଇଁ ଯୋଜନାରେ ସମ୍ପୃକ୍ତି, ବଳାତ୍କାର ଏବଂ ଅପହରଣ ଭଳି ମାମଲା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026
Latest News

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.