ଅଯୋଧ୍ୟାରେ ରାମ ମନ୍ଦିର ସୁନିଶ୍ଚିତ ହେବା ନେଇ ବକ୍ତବ୍ୟ ରଖିଲେ ମୋହନ ଭାଗବତ

Published: May 27, 2019, 11:38 am IST

ବିଜେପି ବିପୁଳ ବିଜୟ ପରେ ଆର୍‌ଏସ୍‌ଏସ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହି ମର୍ମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗଓ୍ବତ୍‌ ରାମ ମନ୍ଦିର ସମ୍ପର୍କରେ ସବୁଜ ସଙ୍କେତ ଦେଇଛନ୍ତି। ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ରାମଙ୍କ କାମ କରିବାର ଅଛି ନିଶ୍ଚୟ କାମ ହେବ। ତେବେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ ସୁପ୍ରିମ୍‌କୋର୍ଟ ରାୟ ଅନୁସାରେ କରାଇବାକୁ ଉଚିତ ମନେ କରୁଛନ୍ତି। ସେହିପରି ଆରକ୍ଷଣ ଉପରେ ସେ କହିଛନ୍ତି ଯେ, ଉପଯୁକ୍ତ ବ୍ୟକ୍ତି ଅଥବା ବର୍ଗଙ୍କ କ୍ଷେତ୍ରରେ ଏହା ଲାଗୁହେବା ଆବଶ୍ୟକ। ମୋହନ ଭାଗବତ ଉଦୟପୁରର ବଡଗାମରେ ଏକ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ରାମ ମନ୍ଦିର ନିର୍ମାଣକୁ ନେଇ ଶୁଭ ସଂକେତ ଦେଇଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାକୁ ମଧ୍ୟସ୍ଥତା ଭିତ୍ତିରେ ସମାଧାନ କରିବାକୁ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। ତେବେ ବିଜେପି ପୁନଃ ସତ୍ତାକୁ ଆସିବା ପରେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ପୁଣି ଜୋର୍‌ରେ ଚାଲିଛି।

Related posts