Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମିତ ଶାହା ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶରଦ ଯାଦବଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ଅମିତ ଶାହା ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶରଦ ଯାଦବଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

January 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସଭାପତି ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ସମାଜସେବୀ ନେତା ଶରଦ ଯାଦବ ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତଦେହ ଛତରପୁରର ବାସଭବନରେ ରଖାଯାଇ,ଛି ଯେଉଁଠାରେ ସମସ୍ତ ଲୋକ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ବ୍ୟତୀତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଆମ ମଧ୍ୟରେ ଶରଦ ଯାଦବଙ୍କ ଅନୁପସ୍ଥିତି ଦେଶର ଜନସାଧାରଣଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ୫ ଦଶନ୍ଧିର ଦୀର୍ଘ ସାର୍ବଜନୀକ ଜୀବନରେ ଶରଦ ଜୀ ସର୍ବଦା ଲୋକ ଏବଂ ପଛୁଆବର୍ଗଙ୍କ ପ୍ରସଙ୍ଗ ଉଠାଉଥିଲେ। ତାଙ୍କର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିର ମୂଳ ସିଦ୍ଧାନ୍ତ ଜାରି ରଖିଥିଲେ।

ସେ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢିବା ପରେ ଉଭା ହୋଇଥିବା ନେତୃତ୍ୱରେ ଶରଦ ଯାଦବ ମୁଖ୍ୟ ନେତା ଥିଲେ। ଏହି ଦୁଃଖ ସମୟରେ ତାଙ୍କ ପରିବାର ସଦସ୍ୟ, ସମର୍ଥକ ଏବଂ ଅନୁଗାମୀମାନଙ୍କୁ କ୍ଷତି ସହିବା ପାଇଁ ଶକ୍ତି ପ୍ରଦାନ କରିବାକୁ ମୁଁ ପ୍ରାର୍ଥନା କରୁଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ମୁଁ ଶରଦ ଯାଦବ ଜୀଙ୍କ ଠାରୁ ରାଜନୀତି ବିଷୟରେ ଅନେକ କିଛି ଶିଖିଛି, ସେ ଆଜି ଆମ ମଧ୍ୟରେ ନାହାଁନ୍ତି, ତେଣୁ ମୁଁ ବହୁତ ଦୁଦୁଃଖିତ। ସେ କେବେବି ନିଜର ସମ୍ମାନ ହରାଇନାହାନ୍ତି, କାରଣ ରାଜନୀତିରେ ସମ୍ମାନ ହରାଇବା ଅତି ସହଜ ଅଟେ।

ଅମିତ ଶାହା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାହୁଲ ଗାନ୍ଧୀ ଶରଦ ଯାଦବ ଶ୍ରଦ୍ଧାଞ୍ଜଳି
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.