Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡିସିବି ପ୍ରିମିଅର ଲିଗ ସିଜନ- ୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଇନଫୋସିସକୁ ହରାଇ ଜିତିଲା ଆୟୋଜକ ଦଳ
ଆଞ୍ଚଳିକ

ଡିସିବି ପ୍ରିମିଅର ଲିଗ ସିଜନ- ୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଇନଫୋସିସକୁ ହରାଇ ଜିତିଲା ଆୟୋଜକ ଦଳ

January 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଚତୁର୍ଥ ଦିନରେ ପହଁଚିଛି। ଆଜି ଅଷ୍ଟମ ମ୍ୟାଚ ଡିସିବି ଏବଂ ଇନଫୋସିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଡିସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଡିସିବି ନିର୍ଦ୍ଧାରିତ ୨୦ ଓଭର ଖେଳି ୨ ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ଇନଫୋସିସ ଦଳ ୨୦ ଓଭର ରେ ୯ ୱିକେଟ ହରାଇ ସମୁଦାୟ ୧୨୭ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ।

ଆୟୋଜକ ଡିସିବି ଦଳର ଅଧିନାୟକ ଅବିନାଶ ରଥ ଗୋଟିଏ ୱିକେଟ ନେବା ସହିତ ୪୭ ବଲ ରେ ୬୦ ରନ୍ (ନଟ ଆଉଟ) ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଆଜିର ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା। ଡିସିବି ବ୍ୟାଙ୍କର ଏଭଳି ପଦକ୍ଷେପକୁ ସ୍ଥାନୀୟ ଦର୍ଶକମାନେ ପ୍ରଶଂସା କରିଥିଲେ।

ଆୟୋଜକଙ୍କ କହିବା ଅନୁସାରେ ଆଗକୁ ଥିବା ମ୍ୟାଚଗୁଡିକ ଆସନ୍ତା ୧୫ ଏବଂ ୨୨ ଜାନୁଆରୀ (ରବିବାର) ଦିନ ହେବା ସହିତ ଫାଇନାଲ ମ୍ୟାଚ ୨୯ ଜାନୁଆରୀ ରବିବାର ଦିନ ରେଲୱେ ଷ୍ଟାଡ଼ିଅମ, ମଞ୍ଚେଶ୍ୱରଠାରେ ହେବ।

ଏହି କାର୍ଯ୍ୟକ୍ରମର ଖୁବ ସୁନ୍ଦର ପରିକଳ୍ପନା ତଥା ଆୟୋଜକ ଡିସିବିର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।

ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟର ଢେର ପ୍ରଶଂସା କରିବା ସହିତ ମିଡ଼ିଆକୁ ତଥ୍ୟ ପ୍ରଦାନ କରିଥିଲେ। ଡିସିବି ପ୍ରିମିୟର ଲିଗ ସିଜନ ୧ -୨୦୨୩ ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ତଥା ଉଦଯାପନୀ ଦିବସ ଖୁବ ଧୂମଧାମ ରେ ପାଳନ ହେବ ବୋଲି ଆୟୋଜକ ଡିସିବି କତୃପକ୍ଷ ସୂଚନା ଦେଇଛନ୍ତି।

ଡିସିବି ପ୍ରିମିଅର ଲିଗ ଭୁବନେଶ୍ୱର ମଞ୍ଚେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.