Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜ୍ଞାନ ଆହରଣ ଓ ଆଦାନପ୍ରଦାନ ନିମନ୍ତେ ଦୁଇଟି ଷ୍ଟାର୍ଟଅପ୍ ସହ ସୋଆର ବୁଝାମଣା ସ୍ୱାକ୍ଷରିତ
ଆଜିର ଖବର

ଜ୍ଞାନ ଆହରଣ ଓ ଆଦାନପ୍ରଦାନ ନିମନ୍ତେ ଦୁଇଟି ଷ୍ଟାର୍ଟଅପ୍ ସହ ସୋଆର ବୁଝାମଣା ସ୍ୱାକ୍ଷରିତ

January 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଙ୍ଗ୍ ଏବଂ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଜ୍ଞାନ ଆଦାନପ୍ରଦାନ ନିମନ୍ତେ ଦୁଇଟି ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି।
ସୋଆ ଏବଂ ଏସ୍‌ପିକେ ମ୍ୟାକ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଗୋଟିଏ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଏହି କମ୍ପାନୀଟି ଶିଳ୍ପ କ୍ଷେତ୍ରରେ ସହଯୋଗ, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଲ୍ୟାବ୍‌ର ଉନ୍ନତି କ୍ଷେତ୍ରରେ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବ। ଏହି କମ୍ପାନୀର ବିଭିନ୍ନ ପ୍ରୋଜେକ୍ଟରେ ସୋଆର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ସହଯୋଗ କରିବେ।

ଅନ୍ୟ ଏମ୍‌ଓୟୁଟି ସୋଆ ଏବଂ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ହୋଇଛି । ସଂପୃକ୍ତ ଷ୍ଟାର୍ଟଅପ୍‌ଟି ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ଜ୍ଞାନର ଆହରଣ ଓ ଆଦାନପ୍ରଦାନ ନେଇ ବୁଝାମଣା ହୋଇଛି। ପ୍ରଥମ ବୁଝାମଣାରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ପିକେ ମ୍ୟାକ୍ସ ଟେକ୍ନୋଲୋଜିର ଦୁଇ ନିର୍ଦ୍ଦେଶକ ଶୁଭ୍ରଜିତ ନାୟକ ଏବଂ ଧୃତିଧର ବେହେରା ସ୍ୱାକ୍ଷର କରିଥିବା ବେଳେ ଦ୍ୱିତୀୟ ବୁଝାମଣାଟି ପ୍ରଫେସର ନନ୍ଦ ଏବଂ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପାର୍ଥସାରଥୀ ଦାଶ, ଶୁଭମ୍ ଆଚାର୍ଯ୍ୟ ଏବଂ ଆଶୁତୋଷ ମହାନ୍ତିଙ୍କ ମଧ୍ୟରେ ହୋଇଥିଲା। ଆଶୁତୋଷ ମହାନ୍ତି ହେଉଛନ୍ତି ସୋଆର ୨୦୧୯ ବ୍ୟାଚର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ର।
ପ୍ରଥମ ଥର ପାଇଁ ସୋଆ ଦୁଇଟି ଷ୍ଟାର୍ଟଅପ୍ ସହିତ ବୁଝାମଣା ସ୍ୱାକ୍ଷରିତ କରିଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି।

ଅଗ୍ନି ନିର୍ବାପକ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହାର ନିମନ୍ତେ ଡ୍ରୋନ୍‌ର ନିର୍ମାଣ ଓ ପ୍ରସ୍ତୁତି କ୍ଷେତ୍ରରେ ଏଫ୍‌ଏକ୍ସୟୁଏଭି ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟ କରୁଛି।
ଏହି ଅବସରରେ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍ ଥାଟୋଇ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରପେସର ଏସ୍‌.କେ. ଆଚାର୍ଯ୍ୟ ଏବଂ ଆସୋସିଏଟ୍ ପ୍ରଫେସର ଏସ୍‌.ପି. ଜେନା ଉପସ୍ଥିତ ଥିଲେ।

ବୁଝାମଣା ସ୍ୱାକ୍ଷରିତ ଷ୍ଟାର୍ଟଅପ୍ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.