ନବ ନିର୍ବାଚିତ ସାଂସଦଙ୍କ ଗିରଫ ଉପରେ ରୋକ୍‌ ଲଗାଇବାକୁ ମନାକଲେ ସୁପ୍ରିମ୍‌କୋର୍ଟ

Published: May 27, 2019, 2:08 pm IST

ଉତ୍ତର ପ୍ରଦେଶର ଜନୈକ ବିଏସ୍‌ପି ସାଂସଦଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ମନା କରିଛନ୍ତି ସୁପ୍ରିମ୍‌କୋର୍ଟ। ନବ ନିର୍ବାଚିତ ସାଂସଦଙ୍କୁ ଗିରଫ କରାଯାଇପାରିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଘୋଷି ନିର୍ବାଚନ ମଣ୍ଡଳୀର ସାଂସଦ ଅତୁଲ ରାୟଙ୍କ ବିରୋଧରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଆସିଥିଲା। ଏହି ମାମଲାରେ ଆଗୁଆ ଜାମିନ ପାଇଁ ରାୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ମେ୧ ତାରିଖରେ ରାୟଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରାଯାଇଥିଲା। ମେ ୮ ତାରିଖରେ ୟୁପି ଉଚ୍ଚ ନ୍ୟାୟାଳୟ ମଧ୍ୟ ରାୟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ନିଜ ଘରକୁ ନେଇ ବଳାତ୍କାର କରିଥିବାର ଅଭିଯୋଗ ଆଣିଥିଲେ ଯୁବତୀ ଜଣକ।

Related posts