Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁ ବିଜେପି; ବିଜେଡିର ଆହ୍ବାନ
ବିଶେଷ ଖବର

ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁ ବିଜେପି; ବିଜେଡିର ଆହ୍ବାନ

January 25, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁ ବିଜେପି; ବିଜେଡିର ଆହ୍ବାନ

ଭୁବନେଶ୍ୱର: ଲୋକ ପ୍ରତିନିଧିମାନେ ସେମାନଙ୍କୁ ନିର୍ବାଚିତ କରିଥିବା ଲୋକଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା କୌଣସି ଠାରେ ଦେଖାଯାଏ ନାହିଁ । ହେଲେ ୨୦୧୯ ମସିହାରେ ଓଡିଶା ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)କୁ ଷଡଯନ୍ତ୍ର କରି ଅଟକାଇଥିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଦଳୀୟ ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର।

ଗଣମାଧ୍ୟମକୁ ଡକ୍ଟର ପାତ୍ର ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗ୍ରାମୀଣ ଆବାସ ଘର ବନ୍ଦ କରିବା ଷଡଯନ୍ତ୍ର ହେଉଛି ବିଜେପିର ଓଡିଶା ଲୋକଙ୍କୁ ଉପହାର, ଯେଉଁମାନେ ସେମାନଙ୍କୁ ଭୋଟ ଦେଇ ଜିଣାଇଥିଲେ। ସେମାନେ ଲୋକ ପ୍ରତିନିଧି ଭାବେ ଦିଲ୍ଲୀ ଯାଇ ଓଡିଶା ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ ଏବଂ ଚଞ୍ଚକତା କରି ଓଡିଶା ଲୋକଙ୍କୁ ପିଏମ୍‍ଏୱାଇ (ଗ୍ରାମୀଣ) ଯୋଜନାରେ ମିଳିବାକୁ ଥିବା ଲକ୍ଷାଧିକ ଘରକୁ ଅଟକାଇଥିଲେ।

ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଓଡିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଥିଲେ, କିନ୍ତୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟକୁ ଗୃହ ମଞ୍ଜୁର ବନ୍ଦ କରିବାକୁ ରାଜ୍ୟ ବିଜେପି ଜୋରଦାର ଚାପ ପ୍ରୟୋଗ କରିଥିଲା। ବିଜେପି ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇଥିବା ଲୋକମାନଙ୍କ ଭରସାକୁ ଅସମ୍ମାନ କରିଥିଲେ। ସେମାନଙ୍କର ଷଡଯନ୍ତ୍ର ସଫଳ ହୋଇଥିଲା ଏବଂ ଗ୍ରାମୀଣ ଆବାସ ଯୋଜନାରେ ମିଳିବାକୁ ଥିବା ଘରଗୁଡ଼ିକୁ କେନ୍ଦ୍ର ବନ୍ଦ କରି ଦେଇଥିଲା।

ଓଡିଶା ସରକାର ଏବଂ ବିଜେଡି ସାଂସଦଙ୍କ ଜୋରଦାର ଚାପ ସହିତ ଯେତେବେଳେ ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ କଠିନ ଚେଷ୍ଟା କଲୁ; ପୁଣି ଥରେ ବିଜେପି ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛି। ସେମାନେ ପୁନର୍ବାର ସେହି ଲୋକମାନଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ଯେଉଁମାନେ ସେମାନଙ୍କୁ ନିର୍ବାଚିତ କରିଛନ୍ତି।

ଡକ୍ଟର ପାତ୍ର ଏବଂ ଶ୍ରୀମତୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶାରେ ୧୫ ଲକ୍ଷରୁ ଅଧିକ ଘର ଆବଶ୍ୟକ ଥିବାବେଳେ କେନ୍ଦ୍ର ମାତ୍ର ୮ ଲକ୍ଷ ଘରକୁ ମଞ୍ଜୁର କରିଛି ଏବଂ ଚଳିତ ବର୍ଷ ଠାରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାକୁ ବନ୍ଦ କରିବାକୁ ଯାଉଛି। ତେବେ ଏହି ୭ ଲକ୍ଷ ବାସହୀନ ଲୋକ କ’ଣ କରିବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ଠାରୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନା ବନ୍ଦ କରୁଛନ୍ତି ତେଣୁ ସେମାନେ ଏହା ଉପରେ ପରଦା ଢାଙ୍କିବା ଆରମ୍ଭ କରିଛନ୍ତି।

ପିଏମଏୱାଇ ତାଲିକାରେ ଥିବା କିମ୍ବା ନଥିବା ହିତାଧିକାରୀଙ୍କ ବିଷୟରେ ବିଜେପି କାନ୍ଦୁଛି । ପିଏମଏୱାଇ ପାଇଁ ନିର୍ଦ୍ଦେଶାବଳୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଅଟେ ସେହି ଅନୁଯାୟୀ ହିତାଧିକାରୀ ଚୟନ କରାଯାଇଥାଏ। ଯଦି ସେମାନେ ଏଥିରେ ଅସନ୍ତୁଷ୍ଟ, ତେବେ ଓଡିଶାରେ କୁମ୍ଭୀର କାନ୍ଦଣା କାନ୍ଦିବା ବଦଳରେ କେନ୍ଦ୍ରରେ ଥିବା ତାଙ୍କରି ଦଳର ସରକାରଙ୍କୁ ପିଏମଏୱାଇ ନିର୍ଦ୍ଦେଶାବଳୀ ବଦଳାଇବାକୁ କୁହନ୍ତୁ।

କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ପଲ୍ଲୀ ସଭା / ଗ୍ରାମ ସଭା ମାଧ୍ୟମରେ ନୂତନ ଗୃହ ମଞ୍ଜୁରୀ ହୋଇଥାଏ। ଏହା ବ୍ୟତୀତ ଆପତ୍ତି ଦାଖଲ ପାଇଁ ଏକ ଅବଧି ବ୍ୟବସ୍ଥା ଅଛି ଯେଉଁ ସମୟରେ ଆପତ୍ତି ଦାଖଲ କରାଯାଇପାରିବ। ଓଡ଼ିଶା ସରକାର ପ୍ରତ୍ୟେକ ଆପତ୍ତିକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ତଦନ୍ତ କରିବେ।

ଚିତ୍କାର କରିବା ପରିବର୍ତ୍ତେ, ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ରହିଛନ୍ତି କିମ୍ବା କୌଣସି ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି, ତେବେ ବିଜେପି ସେମାନଙ୍କ ଦଳ ନେତୃତ୍ୱାଧୀନ କେନ୍ଦ୍ରର ପିଏମଏୱାଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଆପତ୍ତି ଦାଖଲ କରନ୍ତୁ କିମ୍ବା ସେମାନେ ଏକ ପ୍ରକୃତ ହିତାଧିକାରୀ ତାଲିକା ପ୍ରଦାନ କରନ୍ତୁ ଯାହାକୁ ସେମାନେ ପ୍ରକୃତ ବୋଲି ଦାବି କରନ୍ତି।

ସେମାନେ କାହିଁକି ଏହା କରୁନାହାଁନ୍ତି? ପ୍ରତ୍ୟେକ ଆପତ୍ତି ଉପରେ ବିଜେଡି ସରକାର ତଦନ୍ତ କରିବେ। ଏଥିରୁ ଜଣାପଡୁଛି ଯେ ବିଜେପିର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଓଡିଶାର ଲୋକମାନେ ହଇରାଣ ହୁଅନ୍ତୁ।ଗରିବ,ବଞ୍ଚିତ ଆଦିବାସୀମାନେ ବାସହୀନ ହୋଇ ରହିଥାନ୍ତୁ।

ଡକ୍ଟର ପାତ୍ର ଏବଂ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗ୍ରାମାଞ୍ଚଳର ବାସଗୃହ ନିର୍ମାଣକୁ ଅଟକାଇବା ଏବଂ ୧୫ ଲକ୍ଷ ଗରିବ ଲୋକଙ୍କୁ ଘର ପାଇବାକୁ ବାରଣ କରିବା ଏବଂ ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଚିନ୍ତା କରୁଥିବା ବିଜେପି ପୁଣି ଥରେ ଷଡଯନ୍ତ୍ର କରୁଛି। ଓଡିଶାର ଲୋକମାନେ ବୁଦ୍ଧିମାନ ଅଟନ୍ତି।

ସେମାନେ ଜାଣିଥିଲେ ଯେ ବିଜେପି ଷଡଯନ୍ତ୍ର କରି ଗ୍ରାମୀଣ ଗୃହ ନିର୍ମାଣକୁ ବନ୍ଦ କରି ଦେଇଛି ଏବଂ ବିଜେପିକୁ ଜିଲ୍ଲା ପରିଷଦ ନିର୍ବାଚନରେ ତାହାର ଫଳାଫଳ ଦେଖାଇଲେ ଯେଉଁଠାରେ ବିଜେପି ସମସ୍ତ ଜିଲ୍ଲାରେ ହାରିଲା ଏବଂ ବିଜେଡି ୩୦ରୁ ୩୦ ଟି ଜିଲ୍ଲା ପରିଷଦରେ ରେକର୍ଡ ବିଜୟଲାଭ କଲା।

ଲୋକମାନେ ଓଡିଶା ବିଜେପିର ଏହି ନକାରାତ୍ମକ ରାଜନୀତିକୁ ମନେ ରଖିବେ ଏବଂ ଉଚିତ୍‍ ଶିକ୍ଷା ଦେବେ। ବିଜୁ ଜନତା ଦଳ ଓଡିଶାର ପିଏମଏୱାଇ ଘର ବନ୍ଦ କରିବା ପାଇଁ ବିଜେପିର ଏହି ଷଡଯନ୍ତ୍ରକୁ ତୀବ୍ର ବିରୋଧ କରୁଛି ଏବଂ ନିନ୍ଦା ମଧ୍ୟ କରୁଛି। ବିଜେପି ବର୍ତ୍ତମାନ ଏକ ମିଥ୍ୟା କାହାଣୀ ସୃଷ୍ଟି କରିବା ସହିତ ଆରମ୍ଭ ହୋଇଥିବା ଘର ନିର୍ମାଣକୁ ମଧ୍ୟ ବନ୍ଦ କରିବା ପାଇଁ ନୂଆ ଷଡଯନ୍ତ୍ର ଚଳାଇଛି।

ବିଜେଡି ମୁଖପାତ୍ର ଦ୍ୱୟ କହିଛନ୍ତି ଯେ ଷଡଯନ୍ତ୍ର କରି ଆପଣ ପିଏମଏୱାଇର ଗ୍ରାମୀଣ ଗୃହ ନିର୍ମାଣ ବନ୍ଦ କଲେ ମଧ୍ୟ ବିଜେଡି ସରକାର ଘର ଯୋଗାଇଦବ ଏବଂ ରାଜ୍ୟର ଗରିବ ଲୋକଙ୍କ ଯତ୍ନ ନେବେ ଏବଂ ଯୋଗ୍ୟ ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବାରେ ବିଜେପିର ଭୂମିକାକୁ ମଧ୍ୟ ପ୍ରକାଶ କରିବ।

ସେମାନେ କହିଛନ୍ତି ଯେ ଆଦିବାସୀ ତଥା ଓଡିଶାର ଲୋକଙ୍କ ପାଇଁ ଲକ୍ଷ ଲକ୍ଷ ବିଚାରାଧୀନ ପିଏମଏୱାଇ (ଗ୍ରାମୀଣ) ଘର ଯୋଗାଇଦେବା ପାଇଁ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିଜେଡି କେନ୍ଦ୍ର ସହ ସଂଗ୍ରାମ ଜାରି ରଖିବ।

ବିଜେପି ଲୋକ ପ୍ରତିନିଧୀଙ୍କ ଷଡଯନ୍ତ୍ର ଓଡିଶା ରାଜନୀତିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହେବ; ଯେଉଁଠାରେ ବିଜେପିର ନିର୍ବାଚିତ ଲୋକ ପ୍ରତିନିଧୀମାନେ ସେମାନଙ୍କୁ ନିର୍ବାଚିତ କରିଥିବା ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରିବାର ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି।

ବୋଧହୁଏ ବିଜେପି ସାଂସଦମାନେ ଭୋଟ୍ ଦେଇଥିବା ତଥା ସେମାନଙ୍କୁ ସାଂସଦ ଭାବରେ ନିର୍ବାଚିତ କରିଥିବା ଭୋଟରଙ୍କୁ ପୁରସ୍କାର ଭାବେ ସେମାନଙ୍କ ଗ୍ରାମୀଣ ଆବାସ ଗୃହକୁ ବନ୍ଦ କରିବାର ବାଟକୁ ବାଛିଛନ୍ତି ବୋଲି ଉଭୟ ମୁଖପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Latest News

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.