Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା
ବ୍ୟବସାୟ

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
Pahlé India Foundation Report
Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

Pahlé India Foundation Report: ପହଲେ ଇଣ୍ଡିଆ ଫାଉଣ୍ଡେଶନ (ପିଆଇଏଫ) ପକ୍ଷରୁ ଗତ ଶୁକ୍ରବାର, ଅକ୍ଟୋବର ୨୩ ତାରିଖ ୨୦୨୬ରେ ଭିଭାନ୍ତ ଭୁବନେଶ୍ୱର, ଡିଏନସ୍କୋୟାରଠାରେ ‘ବିକଶିତ ଓଡିଶା: ପ୍ରୋଗ୍ରେସ, ପ୍ରସ୍‌ପେକ୍ଟସ୍ ଆଣ୍ଡ ଦ ରୋଡ୍ ଟୁ ୨୦୪୭’ ଶୀର୍ଷ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇଏଏସ, ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଠାରେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଅଧିକାରୀ, ଶିଳ୍ପ ପ୍ରତିନିଧି ଓ ଶିକ୍ଷାନୁଷ୍ଠାନ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଆଲୋଚନା ଓଡିଶାର ଅର୍ଥନୈତିକ ପ୍ରଗତି, ନିବେଶ ସୁଯୋଗ ଓ ପ୍ରାଥମିକତାଗୁଡିକ ଉପରେ କେନ୍ଦ୍ରିତ ଥିଲା ଯାହା ଆଗାମୀ ଦଶନ୍ଧିଗୁଡିକରେ ରାଜ୍ୟର ବିକାଶକୁ ଆକାର ଦେବ।

ଏହି ଅବସରରେ ମୁଖ୍ୟ ଅଭିଭାଷଣରେ ପହଲେ ଇଣ୍ଡିଆ ଫାଉଣ୍ଡେଶନର ଅଧ୍ୟକ୍ଷ ଏବଂ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡଃ ରାଜୀବ କୁମାର ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଆବଶ୍ୟକ ଢାଂଚାଗତ ପରିବର୍ତନଗୁଡିକୁ ବିଶ୍ଳେଷଣ କରିଥିଲେ। ସେ କହିଥିଲେ, “ଭାରତର ମୋଟ ଖଣିଜ ମୂଲ୍ୟର ୪୪% ଓଡିଶାରୁ ଉତ୍ପନ୍ନ ହେଉଛି କିନ୍ତୁ ଖଣି କ୍ଷେତ୍ର ଏକ ଉଚ୍ଚ ମୂଲ୍ୟ ଓ ଉଚ୍ଚ ପୁଞ୍ଜି ବିଶିଷ୍ଟ ଶିଳ୍ପ ଭାବେ ପରିଚାଳିତ ହେବା ଉଚିତ। ଏହାର ଅର୍ଥ ହେଉଛି ଖଣିଜ ସମ୍ପଦକୁ ବନ୍ଦରଗୁଡିକ ସହ ସଂଯୋଗ କରିବା ଏବଂ ଗ୍ରୀନ ଷ୍ଟିଲ, ଗ୍ରୀନ ଆଲୁମିନିୟମ, ଗ୍ରୀନ ହାଇଡ୍ରୋଜେନ ଓ ବିରଳ ଅର୍ଥ ମ୍ୟାଗ୍‌ନେଟ ଭଳି କ୍ଷେତ୍ର ଆଡକୁ ଅଗ୍ରସର ହେବା।

ବାଣିଜ୍ୟିକ ପଦାର୍ଥର ରପ୍ତାନୀ ବର୍ତମାନ ପ୍ରାୟ ୧୧ ବିଲିୟନ ଡଲାର ଥିବା ବେଳେ ୨୦୩୬ ସୁଦ୍ଧା ଏହା ୧୦୦ ବିଲିୟନ ଡଲାରରେ ପହଂଚିବାର ଆବଶ୍ୟକତା ରହିଛି। ବର୍ତମାନ ଓଡିଶାର ୮ଟି ଜିଲ୍ଲା ମୋଟ ବାଣିଜ୍ୟିକ ପଦାର୍ଥ ରପ୍ତାନୀରେ ୮୩% ଯୋଗଦାନ ଦେଉଥିବା ବେଳେ ତାଲିକାର ନିମ୍ନରେ ଥିବା ୧୫ଟି ଜିଲ୍ଲା କେବଳ ୨% ଯୋଗଦାନ ଦେଉଛନ୍ତି। ଏହାକୁ ପରିବର୍ତନ କରିବା ପାଇଁ ସେ ପ୍ରତ୍ୟେକ ପଛୁଆ ଜିଲ୍ଲାଗୁଡିକ ପାଇଁ ଏକ ୪ ଅଂଶ ବିଶିଷ୍ଟ ଫର୍ମୁଲାର ପ୍ରସ୍ତାବ ଦେଇଛନ୍ତି: ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ ଆଇଟମ୍ (ପ୍ରତ୍ୟେକ ଜିଲ୍ଲା ପାଇଁ ଏକ ନିର୍ଦ୍ଧିଷ୍ଟ ଉତ୍ପାଦ),ଏକ ଆନ୍ତର୍ଜାତୀୟ ମୁଖ୍ୟ କ୍ରେତା, ଏକ ମିଳିତ ପ୍ରକ୍ରିୟାକରଣ କେନ୍ଦ୍ର, ଏବଂ ବନ୍ଦର ସହ ସଂଯୋଜିତ ଏକ ରାସ୍ତା କିମ୍ବା ରେଳପଥ। ଏହାର ୱର୍କିଂ-ଏଜ ୱିଣ୍ଡୋ ୨୦୩୬ ପର୍ଯ୍ୟନ୍ତ ଖୋଲା ରହିଥିବାରୁ ଓଡିଶା ଆକର୍ଷିତ କରିବାକୁ ଥିବା ଶିଳ୍ପଗୁଡିକ ପାଇଁ ଏହାର ଯୁବପିଢିଙ୍କୁ ଦକ୍ଷ କରିବା ଉଚିତ।”

ରାଜ୍ୟର ଦୀର୍ଘକାଳିନ ଅର୍ଥନୈତିକ ଦୃଷ୍ଟିକୋଣକୁ ଉଲ୍ଲେଖ କରି ଡଃ କୁମାର ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଓଡିଶାର ଅର୍ଥନୀତି ଗତ ଦୁଇ ଦଶନ୍ଧି ମଧ୍ୟରେ ଦଶ ଗୁଣ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି, “ ଯଦି ୧୦% ହାରରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଜାରି ରୁହେ ତେବେ ୨୦୪୭ ସୁଦ୍ଧା ଓଡିଶା ଏକ ବିକଶିତ ଅର୍ଥନୀତିରେ ପରିଣତ ହେବ। ସେତେବେଳେ ରାଜ୍ୟର ମୁଣ୍ଡପିଛା ଆୟ ପ୍ରାୟ ୧୮,୦୦୦ ଡଲାର ହେବ, ଯାହା ବିଶ୍ୱ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ବିକଶିତ ତଥା ଉଚ୍ଚ-ଆୟ ବିଶିଷ୍ଟ ଅର୍ଥନୀତିର ସୀମାଠାରୁ ଯଥେଷ୍ଟ ଅଧିକ। ଏହି ଲକ୍ଷ୍ୟରେ ପହଂଚିବା ପାଇଁ ନିର୍ଦ୍ଦିଷ୍ଟ ଜିଲ୍ଲାଗୁଡିକରେ ଉଚ୍ଚ-ମୂଲ୍ୟଯୁକ୍ତ ଖଣି କାର୍ଯ୍ୟ, “ଗ୍ରୀନ୍ ମେଟାଲ୍‌’ ଉତ୍ପାଦନ ଏବଂ ଗ୍ଲୋବାଲ ଆଙ୍କର୍ ଫାର୍ମଗୁଡିକର ଆବଶ୍ୟକତା ପଡିବ। ଏହା ଓଡିଶାର ରପ୍ତାନୀ ଦୃଷ୍ଟିରୁ ପଛୁଆ ଜିଲ୍ଲାଗୁଡିକୁ ଆନ୍ତର୍ଜାତୀୟ ମୂଲ୍ୟ ଶୃଙ୍ଖଳାରେ ସାମିଲ କରିବା ପାଇଁ ଆବଶ୍ୟକ କରୁଛି ଯାହା ମୋଟ ବାଣିଜ୍ୟିକ ସାମଗ୍ରୀ ରପ୍ତାନୀରେ ମାତ୍ର ୨% ଅବଦାନ ରଖୁଛନ୍ତି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇଏଏସ, ଶ୍ରୀମତୀ ଅନୁ ଗର୍ଗ (ଆଇଏଏସ୍‌)  ‘ବିକଶିତ ଭାରତ ୨୦୪୭’ର ଜାତୀୟ ଲକ୍ଷ୍ୟ ସହ ତାଳ ଦେଇ ୨୦୩୬ ସୁଦ୍ଧା ଏକ ୫୦୦ ବିଲିୟନ ଡଲାରର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଏକ ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହେବା ପାଇଁ ରାଜ୍ୟର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ବିକାଶ ରଣନୀତିକୁ ଉଲ୍ଲେଖ କରି ସେ ବିକଶିତ ଓଡିଶା ଲକ୍ଷ୍ୟକୁ ପୂରଣ କରିବା ପାଇଁ ‘ଇଡିଜିଇ ଫ୍ରେମୱର୍କ- ଇକୋନୋମିକ ଷ୍ଟ୍ରେନ୍ଥ, ଡେମୋଗ୍ରାଫି, ଜିଓଗ୍ରାଫି ଆଣ୍ଡ ଇକୋସିଷ୍ଟମ’କୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ହାଇଲାଇଟ କରିଛନ୍ତି। “ଅର୍ଥନୈତିକ ଶକ୍ତି’ ଅଧୀନରେ ସେ ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦର ଉପଯୋଗ କରି, ଆର୍ôଥକ ଶୃଙ୍ଖଳା ଓ ରାଜସ୍ୱ ସ୍ଥିରତା ବଜାୟ ରଖି, ଜଳ ସମ୍ପଦକୁ ସୁରକ୍ଷିତ ରଖି ଏବଂ ନିବେଶ ମାଧ୍ୟମରେ ଅଧିକ ପୁଞ୍ଜି ଆକର୍ଷଣ କରି ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଆଲୋଚନା ଡିଆଜିଓ ଇଣ୍ଡିଆ ଦ୍ୱାରା ସମର୍ଥିତ, ‘ଅନ୍‌ସେକିଙ୍ଗ ଓଡିଶାସ୍ ଆଲ୍‌କୋବେଭ୍ ସେକ୍ଟର: ଟୁୱାର୍ଡସ ଏ ବିଜନେସ୍‌-ଡ୍ରାଇଭେନ ପାର୍ଟନରସିପ ମଡେଲ’ ଶୀର୍ଷକ ପିଆଇଏଫ ରିପୋର୍ଟର ଲଂଚ୍ ପାଇଁ ଏକ ପୃଷ୍ଠଭୂମି ପ୍ରଦାନ କରିଥିଲା। ଏହି ଅଧ୍ୟୟନ ଓଡିଶାରେ ଡିଆଜିଓ ଇଣ୍ଡିଆର ଅର୍ଥନୈତିକ ଉପସ୍ଥିତି ଏବଂ ରାଜ୍ୟର ଅର୍ଥନୀତି ଉପରେ ଆଲ୍‌କୋହୋଲିକ ବେଭ୍‌ରେଜେସ୍ ଇଣ୍ଡଷ୍ଟ୍ରୀର ବ୍ୟାପକ ପ୍ରଭାବକୁ ପରୀକ୍ଷଣ କରିଛି। ଏହା ଶିଳ୍ପର ଆର୍ଥିକ ଯୋଗଦାନ, ନିଯୁକ୍ତି ସଂଯୋଗ, କ୍ରୟ ଶୈଳୀ, ପରିବେଶୀୟ କାର୍ଯ୍ୟଦକ୍ଷତା ଓ ନିବେଶକୁ ପ୍ରଭାବିତ କରୁଥିବା ନିୟାମକୀୟ ପରିସ୍ଥିତିଗୁଡିକୁ ମୂଲ୍ୟାଙ୍କନ କରିଛି।

ଡିଆଜିଓ ଇଣ୍ଡିଆର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭେଣ୍ଡର ଏକ୍ସପେଣ୍ଡିଚର ବା ବିକ୍ରେତା ବ୍ୟୟ ତଥ୍ୟକୁ ବ୍ୟବହାର କରି ଏହି ଅଧ୍ୟୟନର ବ୍ୟୟ-ପରିଚାଳିତ ମୂଲ୍ୟାଙ୍କନ ଭାରତବ୍ୟାପୀ ୬୪୭.୯ କୋଟି ଟଙ୍କାର ଆସୋସିଏଟେଡ ଗ୍ରସ ଭାଲ୍ୟୁ ଆଡେଡ (ଜିଭିଏ)ର ଆକଳନ କରିଛି, ଯାହାମଧ୍ୟରୁ ୩୫୦ କୋଟି ଟଙ୍କା ଓଡିଶାରେ ସୃଷ୍ଟି ହେବ। ପ୍ୟାକେଜିଂ ସମ୍ବନ୍ଧିତ ଉତ୍ପାଦନ (ଗ୍ଲାସ, ପ୍ଲାଷ୍ଟିକ ଓ ପେପର୍‌) ମଧ୍ୟରେ  ଓଡିଶା ବାହାରେ ଆନୁମାନିକ ଜିଭିଏ ୨୪୫.୧ କୋଟି ଟଙ୍କା ରହିଛି। ଏହି ସଂଖ୍ୟାକୁ ଭେଣ୍ଡର-ଏକ୍ସପେଣ୍ଡିଚର ମେଥଡରୁ ଅଣାଯାଇଛି ଯାହା ନିମ୍ନରେ ଉପସ୍ଥାପିତ ଇନ୍‌ପୁଟ-ଆଉଟପୁଟ ଆକଳନଠାରୁ ଭିନ୍ନ ଅଟେ।

ଏହି ଫଳାଫଳ ପ୍ୟାକେଜିଂ ସାମଗ୍ରୀ ଏବଂ ଅନ୍ୟାନ୍ୟ ଶିଳ୍ପ ଉତ୍ପାଦ ପାଇଁ ସ୍ଥାନୀୟ ଯୋଗାଣକାରୀ ସୃଷ୍ଟି କରି ଓଡିଶାର ଉତ୍ପାଦନ ଭିତିଭୂମିକୁ ସୁଦୃଢ କରିବା ପାଇଁ ଏକ ସୁଯୋଗ ରହିଥିବା ସୂଚିତ କରୁଛି। ଏଭଳି ନିବେଶଗୁଡିକର ରାଜ୍ୟ ମଧ୍ୟରେ ଜାରି ରହିଥିବା ଆର୍ଥିକ ଗତିବିଧିର ଅଂଶ ବୃଦ୍ଧି କରିବା ଏବଂ ଘରୋଇ ଉଦ୍ୟୋଗଗୁଡିକ ସହ ଅତିରିକ୍ତ ସଂଯୋଗ ସୃଷ୍ଟି କରିବା ପାଇଁ କ୍ଷମତା ରହିଛି।

ଏହି ରିପୋର୍ଟ ରାଜ୍ୟର ଆର୍ôଥକ ସ୍ଥିତି ପାଇଁ ଏହି କ୍ଷେତ୍ରର ଗୁରୁତ୍ୱକୁ ମଧ୍ୟ ଦର୍ଶାଉଛି।  ୨୦୨୪-୨୫ ଆର୍ôଥକ ବର୍ଷରେ ଓଡିଶା ଆଲ୍‌କୋହୋଲିକ ବେଭ୍‌ରେଜେସ୍ ଇଣ୍ଡଷ୍ଟ୍ରୀରୁ ଅବକାରୀ ଶୁଳ୍କ ଓ ଭାଟ୍ ବାବଦରେ ୧୧୪୨୯ କୋଟି ଟଙ୍କା ସଂଗ୍ରହ କରିଛି ଯାହା ୨୦୨୦-୨୧ ଆର୍ôଥକ ବର୍ଷରେ ୭୬୨୨ କୋଟି ଟଙ୍କା ଥିଲା। ୨୦୨୪-୨୫ ଆର୍ôଥକ ବର୍ଷରେ “ଡିଆଜିଓ ଇଣ୍ଡିଆ’ର ଅବକାରୀ ଶୁଳ୍କ ଯୋଗଦାନ ୧୪୩୪ କୋଟି ଟଙ୍କା ରହିଥିଲା, ଯାହା ଏହି କ୍ଷେତ୍ରରୁ ରାଜ୍ୟର ମୋଟ ଅବକାରୀ ଶୁଳ୍କ ଓ ଭାଟ୍ ସଂଗ୍ରହର ୧୨.୬% ଅଟେ।

ଏହା କେବଳ ଅବକାରୀ ଶୁଳ୍କ ସଂଗ୍ରହରେ ଏହାର ଅଂଶଠାରୁ ଏକ ଭିନ୍ନ ପରିମାପ ଅଟେ। ଏହି ରିପୋର୍ଟ ତର୍କ ଦେଇଛି ଯେ, ଏହି ସୁଯୋଗଗୁଡିକୁ ହାସଲ କରିବା ପାଇଁ ବ୍ୟବସାୟଗୁଡିକ ଯେଉଁ ନିୟାମକ ଓ ସାଂସ୍ଥାଗତ ପରିସ୍ଥିତିରେ କାର୍ଯ୍ୟ କରନ୍ତି ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ କରୁଛି। ଏହା ହୋଲସେଲ ବିତରଣ ଭିତିଭୂମିକୁ ଉନ୍ନତ କରିବା, ମୂଲ୍ୟ ଓ ପ୍ୟାକେଜିଂ ନିୟମାବଳୀ ସମୀକ୍ଷା କରିବା ଏବଂ ସରକାର ଓ ଶିଳ୍ପ ମଧ୍ୟରେ ନିୟମିତ ପରାମର୍ଶ ସ୍ଥାପନ କରିବା ପାଇଁ ସୁଯୋଗଗୁଡିକୁ ଚିହ୍ନଟ କରିଛି।

ଏହାର ସୁପାରିଶଗୁଡିକ ମଧ୍ୟରେ ଏକ ଓଡିଶା ଆଲକୋବେଭ୍ ପଲିସି କାଉନ୍ସିଲ ଏବଂ ଆଙ୍କର୍ ଫାର୍ମ କମ୍ପାକ୍ଟ ଗଠନ କରିବା ସାମିଲ ରହିଛି। ଏହି ବ୍ୟବସ୍ଥାଗୁଡିକ ନିବେଶ, ସ୍ଥାନୀୟ ନିଯୁକ୍ତି, ଦକ୍ଷତା ବିକାଶ ଓ ସମୁଦାୟ ପଦକ୍ଷେପ ଦିଗରେ କମ୍ପାନୀଗୁଡିକୁ ସାମିଲ କରି ଉନ୍ନତ ପ୍ରତିବଦ୍ଧତା ସହ ଅଧିକ ନୀତିଗତ ପୂର୍ବାନୁମାନକୁ ସଂଯୋଗ କରିବା ପାଇଁ ପ୍ରୟାସ କରିବ।

ଏହି ଅଧ୍ୟୟନ ଡିଆଜିଓ ଇଣ୍ଡିଆର ଉତ୍ପାଦନ କେନ୍ଦ୍ରଗୁଡିକରେ ପରିବେଶୀୟ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିଛି, ପ୍ରତି ୟୁନିଟ୍ ଉତ୍ପାଦନର ଜଳ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ହୋଇଥିବା ଉନ୍ନତିକୁ ଉଲ୍ଲେଖ କରିଛି। ଏହି ଫଳାଫଳଗୁଡିକ ଶିଳ୍ପ ସମ୍ପ୍ରସାରଣ ସମେତ ଉତ୍ପାଦକତା ଓ ସମ୍ବଳ ଦକ୍ଷତା ଉପରେ ଗୁରୁତ୍ୱ ଦେବାର ମହତ୍ୱକୁ ସୂଚିତ କରୁଛି।

ଡିଆଜିଓ ଇଣ୍ଡିଆର କର୍ପୋରେଟ ରିଲେଶନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ଦାସଗୁପ୍ତା କହିଛନ୍ତି, “ଓଡିଶାର ମଜବୁତ ଅର୍ଥନୈତିକ ଯାତ୍ରା ରାଜ୍ୟର ଅଭିବୃଦ୍ଧି ପ୍ରତି ଏକ ପ୍ରମୁଖ ଅବଦାନକାରୀ ଭାବେ ଆଲ୍‌କୋବେଭ କ୍ଷେତ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ଉନ୍ମୋଚନ କରିବା ପାଇଁ ଏକ ବଡ ସୁଯୋଗ ଉପସ୍ଥାପନ କରୁଛି। ଡିଆଜିଓ ଇଣ୍ଡିଆ  ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣର୍ ସହଯୋଗୀ ହୋଇଥିବାରୁ ଗର୍ବିତ ଅନୁଭବ କରୁଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷରେ ଅବକାରୀ ଶୁଳ୍କରେ ୧୪୩୪ କୋଟି ଟଙ୍କାର ଯୋଗଦାନ ଦେଇଛି ଏବଂ ଏହା ରାଜ୍ୟର ମୋଟ ଅବକାରୀ ଶୁଳ୍କ ସଂଗ୍ରହ (ଭାଟ୍ ବ୍ୟତୀତ)ର ୨୦.୮% ଅଟେ।

ରାଜସ୍ୱ ବାହାରେ ଆମର ଯୋଗଦାନ ନିବେଶ, ନିଯୁକ୍ତି, ସ୍ଥାନୀୟ ମୂଲ୍ୟ ସୃଷ୍ଟି ଓ ସମୁଦାୟ ବିକାଶରେ ମଧ୍ୟ ପରିବ୍ୟାପ୍ତ ରହିଛି। ଓଡିଶା ଏହାର ବିକଶିତ ଓଡିଶା ୨୦୪୭ ଲକ୍ଷ୍ୟ ଦିଗରେ ଆଗକୁ ବଢୁଥିବାରୁ ଆମେ ବିଶ୍ୱାସ କରୁଛୁ ଯେ, ସରକାର ଓ ଶିଳ୍ପ ମଧ୍ୟରେ ଏକ ପ୍ରଗତିଶୀଳ ସହଭାଗିତା ଅଧିକ ନିବେଶ ଆଣିପାରିବ, ବ୍ୟବସାୟ କରିବାର ସହଜତାକୁ ସୁଦୃଢ କରିବ ଏବଂ ଦାୟିତ୍ୱପୂର୍ଣ୍ଣ, ସ୍ଥାୟୀ ଅଭିବୃଦ୍ଧିକୁ ପରିଚାଳନା କରିପାରିବ। ଆମେ ଓଡିଶାର ଅଭିବୃଦ୍ଧି କାହାଣୀରେ ଏକ ଦୀର୍ଘସ୍ଥାୟୀ ସହଯୋଗୀ ହେବା ପାଇଁ ପ୍ରତିବଦ୍ଧ ରହିଛୁ। ଆମର ଲକ୍ଷ୍ୟ କେବଳ ଓଡିଶାରେ ବୃଦ୍ଧି ପାଇବା ନୁହେଁ ବରଂ ଓଡିଶା ସହ ବୃଦ୍ଧି ପାଇବା ଅଟେ।”

ଓଡିଶା ଏହାର ୨୦୩୬ ଓ ୨୦୪୭ ଅର୍ଥନୈତିକ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଥିବାରୁ ଏହି ରିପୋର୍ଟ ବର୍ତମାନର ଶିଳ୍ପ ଗତିବିଧି ଓ ସ୍ଥାନୀୟ ଉଦ୍ୟୋଗିକ ବିକାଶ ମଧ୍ୟରେ ମଜବୁତ ସଂଯୋଗ ସ୍ଥାପନ କରିବାର ମହତ୍ୱକୁ ଗୁରୁତ୍ୱାରୋପ କରିଛି। ଏହାର ଫଳାଫଳ ସୂଚିତ କରୁଛି ଯେ, ଯୋଗାଣକାରୀଙ୍କ କ୍ଷମତାକୁ ମଜବୁତ କରିବା ଏବଂ ନିୟାମକୀୟ ଦକ୍ଷତାକୁ ଉନ୍ନତ କରିବା ଦ୍ୱାରା ତାହା ଓଡିଶାକୁ ଏହାର ଉତ୍ପାଦନ ଅର୍ଥନୀତିରୁ ଅଧିକ ମୂଲ୍ୟ ହାସଲ କରିବା ସହ ଉପଯୁକ୍ତ ଆର୍ଥିକ, ପରିବେଶୀୟ ଓ ଜନସ୍ୱାସ୍ଥ୍ୟ ତଦାରଖ ବଜାୟ ରଖିବାରେ ସାହାଯ୍ୟ କରିପାରିବ।

Pahlé India Foundation Report ଅନୁ ଗର୍ଗ ପହଲେ ଇଣ୍ଡିଆ ଫାଉଣ୍ଡେଶନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026

‘ନୀତୀଶ ଗଲେ ପାର୍ଟି ଶେଷ’: ଜେଡିୟୁରୁ ବହିଷ୍କାର ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ

October 25, 2026

ସମ୍ପତ୍ତି ଲୋଭରେ ମା’କୁ ହତ୍ୟା ଅଭିଯୋଗ! ଝିଅ ଗିରଫ

October 25, 2026
Latest News

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026

‘ନୀତୀଶ ଗଲେ ପାର୍ଟି ଶେଷ’: ଜେଡିୟୁରୁ ବହିଷ୍କାର ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ

October 25, 2026

ସମ୍ପତ୍ତି ଲୋଭରେ ମା’କୁ ହତ୍ୟା ଅଭିଯୋଗ! ଝିଅ ଗିରଫ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.