ଆମେରିକାର ଓକ୍ଲାହୋମା ସହରରେ ଏକ ଶକ୍ତିଶାଳୀ ଟର୍ଣ୍ଣାଡୋ ଏହାର ତାଣ୍ଡବ ଦେଖାଇଛି। ଏହି ଟର୍ଣ୍ଣାଡୋରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଏହି ତାଣ୍ଡବରେ ଏକ ମୋଟେଲ ଏବଂ ଏକ ମୋବାଇଲ ହୋମ ପାର୍କ ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା। ଇଏଫ୍ ୩ ଶ୍ରେଣୀର ଏହି ଟର୍ଣ୍ଣାଡୋରେ ୨୧୯-୨୬୬ କିମି ବେଗରେ ପବନ ବହିଥିଲା। ଏହାପରେ ଟୁଲ୍ସା ସହରକୁ ଆଉ ଏକ ଟର୍ଣ୍ଣାଡୋ ଆସିଥିଲା ଯେଉଁଥିରେ ୧୬୦କିମି ବେଗରେ ପବନ ବୋହିଥିଲା।୨୯ ଜଣ ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୋଟେଲଟି ଭୁଷୁଡି ପଡି ଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ପାରେ ବୋଲି ଅନୁମାନ କରାଯାଉଛି।
Tags: