Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକ ସେବା ପ୍ରସାରଣର ଉତ୍ତରଦାୟିତ୍ୱ ଉପରେ ମାର୍ଗଦର୍ଶିକା ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଆଜିର ଖବର

ଲୋକ ସେବା ପ୍ରସାରଣର ଉତ୍ତରଦାୟିତ୍ୱ ଉପରେ ମାର୍ଗଦର୍ଶିକା ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

January 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧନତେରସରେ ଟିଭି କିମ୍ବା ସ୍ମାର୍ଟଫୋନ୍ କିଣୁଥିଲେ ଧ୍ୟାନ ଦିଅନ୍ତୁ ଏହି ଜିନିଷ, ନଚେତ ଫସିବେ
ଧନତେରସରେ ଟିଭି କିମ୍ବା ସ୍ମାର୍ଟଫୋନ୍ କିଣୁଥିଲେ ଧ୍ୟାନ ଦିଅନ୍ତୁ ଏହି ଜିନିଷ, ନଚେତ ଫସିବେ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ। ଭାରତରେ କାର୍ଯ୍ୟ କରୁଥିବା ଘରୋଇ ପ୍ରସାରଣକାରୀମାନେ ସବୁଦିନ ଅତିକମରେ ୩୦ ମିନିଟ୍‌ ପାଇଁ ଲୋକ ସେବା କାର୍ଯ୍ୟକ୍ରମ ପ୍ରସାରଣ କରିବେ ବୋଲି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଏ ଦିଗରେ, ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ସାଟେଲାଇଟ୍‌ ଟିଭି ଚାନେଲ ପ୍ରସାରଣକାରୀ ଓ ସେମାନଙ୍କ ସଂଘଗୁଡ଼ିକ ସହିତ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ସେମାନଙ୍କ ଠାରୁ ମିଳିଥିବା ପରାମର୍ଶ ଆଧାରରେ ୩୦.୦୧.୨୦୨୩ରେ ‘‘ମାର୍ଗଦର୍ଶିକା’’ ଜାରି କରାଯାଇଛି।

ଏହି ‘‘ମାର୍ଗଦର୍ଶିକା’’ ମାଧ୍ୟମରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକରେ ସନ୍ନିହିତ ପ୍ରାସଙ୍ଗିକ ବିଷୟକୁ ଲୋକ ସେବା ପ୍ରସାରଣ ଭାବେ ଗ୍ରହଣ କରାଯାଇ ପାରିବ । ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏପରି କାର୍ଯ୍ୟକ୍ରମ ଲଗାତାର ୩୦ ମିନିଟ୍‌ ପର୍ଯ୍ୟନ୍ତ ପ୍ରସାରିତ ହେବ ନାହିଁ ଏବଂ ଏହାକୁ ଅଳ୍ପ ଅବଧି ପାଇଁ ଭିନ୍ନ ଭିନ୍ନ ସମୟରେ ପ୍ରସାରଣ କରାଯିବ। ଏହାସହିତ ପ୍ରସାରଣକାରୀମାନେ ବ୍ରଡକାଷ୍ଟ ସେବା ପୋର୍ଟାଲରେ ଅନଲାଇନ ମାସିକ ରିପୋର୍ଟ ଦାଖଲ କରିବେ। ପ୍ରସାରଣର ବିଷୟବସ୍ତୁରେ ଜାତୀୟ ଗୁରୁତ୍ୱ ଏବଂ ସାମାଜିକ ପ୍ରାସଙ୍ଗିକତା ଥିବା ଉପାଦାନ ସାମିଲ ହେବା ଉଚିତ୍‌, ନିମ୍ନ ବିଷୟଗୁଡ଼ିକ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିବ :

୧- ଶିକ୍ଷା ଓ ସାକ୍ଷରତାର ପ୍ରସାର;

୨- କୃଷି ଏବଂ ଗ୍ରାମୀଣ ବିକାଶ;

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ:

୧- ବିଜ୍ଞାନ ଓ ପ୍ରଯୁକ୍ତି;

୨- ମହିଳାଙ୍କ କଲ୍ୟାଣ;

୩- ସମାଜର ଦୁର୍ବଳ ବର୍ଗଙ୍କ ବିକାଶ;

ପରିବେଶ ସୁରକ୍ଷା ଏବଂ ସାଂସ୍କୃତିକ ଐତିହ୍ୟ; ଏବଂ ରାଷ୍ଟ୍ରୀୟ ଏକତା

ସ୍ବେଚ୍ଛାକୃତ ଅନୁପାଳନ ଏବଂ ସ୍ବ-ପ୍ରମାଣନ ଜରିଆରେ ଘରୋଇ ସାଟେଲାଇଟ୍‌ ଟିଭି ଚାନେଲଗୁଡ଼ିକ ଦ୍ବାରା ଲୋକ ସେବା ପ୍ରସାରଣ ଲକ୍ଷ୍ୟ ହାସଲ କରିବା ଏହି ‘‘ମାର୍ଗଦର୍ଶିକା’’ର ଉଦ୍ଦେଶ୍ୟ।

ମାର୍ଗଦର୍ଶିକା ଜାରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.