୧୭ତମ ଲୋକସଭାର ପ୍ରଥମ ଅଧିବେଶନ୍ ଆସନ୍ତା ଜୁନ୍ ୬ରୁ ଜୁନ୍ ୧୫ ପର୍ଯ୍ୟନ୍ତ ହେବାକୁ ନେଇ ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ମଇ ୩୧ରେ ହେବାକୁ ଥିବା କ୍ୟାବିନେଟ୍ରେ ପ୍ରଥମ ବୈଠକରେ ଏନେଇ ତାରିଖ ଘୋଷଣା କରାଯାଇପାରେ। ମଇ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍ ୬ ତାରିଖରେ ସଂସଦର ଦୁଇ ଗୃହର ସଂଯୁକ୍ତ ବୈଠକକୁ ସମ୍ବୋଧିତ କରିବେ। ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତି କରାଯାଇପାରେ। ଅସ୍ଥାୟୀ ବାଚସ୍ପତି ନବ ନିର୍ବାଚିତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇବା। ଜୁନ୍ ୧୦ ତାରିଖରେ ବାଚସ୍ପତି ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି। ଲୋକସଭା ଅଧ୍ୟକ୍ଷଙ୍କ ନିଯୁକ୍ତି ପରେ ସଂସଦର ଦୁଇ ଗୃହରେ ରାଷ୍ଟ୍ରପତି ଅଭିଭାଷଣ ରଖିବେ। ରାଷ୍ଟ୍ରପତି ଭବନ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଇ ୩୦ ତାରିଖ ସନ୍ଧ୍ୟା ୭ ଘଟିକାରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇବେ। ନରେନ୍ଦ୍ର ମୋଦି ବିଜେପିର ପ୍ରଥମ ନେତା, ଯିଏକି ପାଞ୍ଚ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଜବାହରଲାଲ୍ ନେହେରୁ ଓ ଇନ୍ଧିରା ଗାନ୍ଧିଙ୍କ ପରେ ମୋଦି ପୂର୍ଣ୍ଣ ବହୁମତ ପାଇଁ ଦ୍ବିତୀୟ ବାର ଶାସନ କ୍ଷମତାକୁ ଆସିବାରେ ତୃତୀୟ ବ୍ୟକ୍ତି।
ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ହୋଇପାରେ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ
Published:
May 27, 2019, 5:38 pm IST
Tags: