ଭୁବନେଶ୍ବରରେ କେନ୍ଦ୍ର ବିରୋଧରେ ଗର୍ଜିଲେ ଜି.ପି.ଏଲ୍.ଏଫ୍ ମିଶନ ଶକ୍ତି କର୍ମି

Published: Feb 20, 2023, 9:50 pm IST

ଭୁବନେଶ୍ବର: ଆଜି କେନ୍ଦ୍ର ବିରୋଧରେ ଗର୍ଜନ କରିଛନ୍ତି ମିଶନ ଶକ୍ତି କର୍ମି। ଭୁବନେଶ୍ବରର ଲୋୟର ପିଏମଜିରେ ବିଜୁ ଶ୍ରମିକ ସାମୁଖ୍ୟର ଅନୁବନ୍ଧିତ ଅଲ୍ ଓଡିଶା ଜି.ପି.ଏଲ୍.ଏଫ୍ ମିଶନ ଶକ୍ତି କର୍ମି ସାମୁଖ୍ୟ ରେ କାର୍ଯ୍ୟରତ ଏମବିକେ ସିଆରପି ବ୍ୟାଙ୍କମିତ୍ର କୃଷିମିତ୍ର ପ୍ରାଣୀ ମିତ୍ର, ମିଶନ ଶକ୍ତି ଆଦିର ୩୦ ହାଜର ମହିଳା ଏହି ସମାବେଶରେ ଯୋଗ ଦେଇଥିଲେ।

ମୁଖ୍ୟତଃ ମିଶନ ଶକ୍ତି ପାଇଁ କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି ସେଥିରେ ସେ ଯାହା ଦେବା କଥା ତାହା ଦେଉ ନାହାଁନ୍ତି। ଫଳରେ କର୍ମିମାନେ ଯେଉଁ ଦରମା ପାଇବା କଥା ତାହା ପାଇପାରୁ ନାହାଁନ୍ତି। ଖୁବ ଶିଘ୍ର କେନ୍ଦ୍ର ଏହି ଅନୁଦାନ ଯୋଗାଇ ଦେଉ ବୋଲି ସେମାନେ ଦାବୀ କରିଥିଲେ।  ଏ ନେଇ ସଂଘ ତରଫରୁ ସୁବାସ ସିଂଙ୍କ ନେତୃତ୍ବରେ ଏକ ପ୍ରତିନିଧୀ ଦଳ ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନଙ୍କ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

Related posts