ଚଳିତ ନିର୍ବାଚନରେ ବିଜେପିର ଅପୂର୍ବ ସଫଳତା ପରେ ଏବେ ବିଜେପିର ଅଧ୍ୟକ୍ଷ କିଏ ହେବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ବିଜେପିର ଚାଣକ୍ୟ ଭାବେ ଅମିତ୍ ଶାହା ଚଳିତ ଥର ଗାନ୍ଧିନଗରର ଆସନରୁ ନିର୍ବାଚନ ଲଢି ଜୟଯୁକ୍ତ ହୋଇଛନ୍ତି। ବିଜେପିର ଅଧ୍ୟକ୍ଷ ପଦରୁ ସେ ବର୍ତ୍ତମାନ ମୋଦିଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଶାହା ମନ୍ତ୍ରିମଣ୍ଡଳରେ ସାମିଲ୍ ହେଲା ପରେ ବିଜେପିର ମଙ୍ଗୁଆଳ ଏବେ କିଏ ହେବ ସେ ନେଇ ଚର୍ଚ୍ଚା ବଢ଼ିଯାଇଛି। ଶାହାଙ୍କ ସ୍ଥାନରେ ଦଳ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଆଗରେ ରହିଛି। ଶାହାଙ୍କୁ କେଉଁ ଦାୟିତ୍ବ ମିଳୁଛି, ତାହା ତ ଗୁରୁବାର ଦିନ ସ୍ପଷ୍ଟ ହୋଇଯିବ। ତେବେ ତାଙ୍କ ସ୍ଥାନରେ ଦଳ କାହାକୁ ସୁପ୍ରିମୋ କରିବ ତାହା ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅମିତ ଶାହା ବିଜେପି ଅଧ୍ୟକ୍ଷ ହେବା ପରେ ଦଳ ବ୍ୟାପକ ପରିବର୍ତ୍ତନ ଆସିଛି। ତାଙ୍କ ନେତୃତ୍ୱରେ ଦଳରେ ବିଭିନ୍ନ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି।
Tags: