ଶପଥ ନେବା ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ନବୀନ

Published: May 28, 2019, 6:22 pm IST

ମେ ୨୯ ଅର୍ଥାତ ଆସନ୍ତକାଲିଠାରୁ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ପ୍ରଦର୍ଶନୀ ପଡ଼ିଆରେ ନବୀନ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିବେ। ତେବେ ଶପଥ ନେବା ପୂର୍ବରୁ ଦଳର ମୁଖିଆ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ସଂଧ୍ୟା ୫ଟାରେ ନବୀନ ପୁରୀ ଗସ୍ତ କରିଥିଲେ । ଶ୍ରୀମନ୍ଦିରର ଭିତରକାଠ ପାଖରୁ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ନବୀନ । ପ୍ରଥମ ଥର ପାଇଁ ରାଜଭବନ ବାହାରେ ଅର୍ଥାତ ପ୍ରଦର୍ଶନୀ ପଡିଆରେ ଶପଥ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରିମଣ୍ଡଳଙ୍କ ସହ ଶପଥ ନେବେ। ଆସନ୍ତା କାଲି ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବ ଦୃଷ୍ଟିରୁ ବିଭିନ୍ନ କଟକଣା କରାଯାଇଛି। ଏଥିପାଇଁ କାଲି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମଧୁସୂଦନ ମାର୍ଗରେ ଯାତାୟାତ ବନ୍ଦ ରହିବ।

Related posts