ଏଣିକି କଣ୍ଟ୍ରୋଲ ଡିଲରଙ୍କ ଆଉ ଏକ ବର୍ଷ ପାଇଁ ସମୟ ବଢିଲା

Published: Mar 10, 2023, 1:02 pm IST
Delear

ଭୁବନେଶ୍ବର: ଏଣିକି କଣ୍ଟ୍ରୋଲ ଡିଲରଙ୍କ ସମୟ ସୀମା ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। କାରଣ ସେମାନଙ୍କୁ ଦିଆଯାଇଥିବା ଲାଇସେନସର ସମୟ ଚଳିତ ମାର୍ଚ୍ଚ 31 ତାରିଖରେ ଶେଷ ହେଉଥିଲା। ସାଧାରଣ ବଣ୍ଟନରେ ଅସୁବିଧା ନ ହେବା ପାଇଁ ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

ଏହି ସମୟ ବୃଦ୍ଧିକୁ ରାଜ୍ୟ କ୍ୟାବିନେଟ ଗତକାଲି ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ଏହି ପ୍ରସ୍ତାବ କ୍ୟାବିନେଟ ସମ୍ମୁଖରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଥିଲା। ଫଳରେ ଏଣିକି ଡିଲରମାନେ ଆସନ୍ତା 2024 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ।

Related posts