BREAKING NEWS: ପୁରୀରେ ପୁଣି ଅଗ୍ନିକାଣ୍ଡ, ମାର୍କେଟ କଂପ୍ଲେକ୍ସରେ ଲାଗିଲା ନିଆଁ

Published: Mar 10, 2023, 6:06 pm IST

ପୁରୀ: ଆଜି ପୁରୀରେ ପୁଣି ନିଆଁ ଲାଗିଛି। ଗତକାଲି ପୁରୀର ମରିଚିକୋଟ ଛକରେ ଥିବା ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା। ସେଠାରେ ପ୍ରାୟ ଛତିଶ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ଏହି ଘଟଣା ନେଇ ପୁରୀବାସୀ ଆତଙ୍କିତ ଥିବା ବେଳେ ଆଜି ଅପରାହ୍ନରେ ପୁଣି ଏକ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଛି।

ଘଟଣା ଅନୁସାରେ ଅପରାହ୍ନରେ ନୀଳାଦ୍ରୀ କଂପ୍ଲେକ୍ସରେ ଏହି ନିଆଁ ଲାଗିଛି। ଏହି କଂପ୍ଲେକ୍ସରେ ରହିଛି ଓଡିଶା ହ୍ୟାଣ୍ଡଲୁମର ସୋ ରୁମ। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ଅଗ୍ନଶମ ବିଭାଗ ପହଁଚି ନିଆଁଙ୍କୁ ଆୟତ କରିଥିବା ଜଣାପଡିଛି।

Related posts