ନିର୍ବାଚନ ପରେ ମତ ବଦଳାଇଲା ଟାଇମ୍‌ ପତ୍ରିକା : ‘ଡିଭାଇଡର ଇନ୍‌ ଚିଫ୍‌’ରୁ ‘ମୋଦି ହାଜ୍‌ ୟୁନାଇଟେଡ୍‌ ଇଣ୍ଡିଆ’

Published: May 29, 2019, 2:04 pm IST

ଲୋକସଭା ନିର୍ବାଚନ ବିଜେପିର ବୃହତ୍‌ ବିଜୟ ପରେ ଟାଇମ୍‌ ପ୍ରତିକା ନିଜର ମତ ବଦଳାଇଛି । ଦେଶରେ ଚାରିଆଡେ ମୋଦି ଲହରର ପ୍ରବାହକୁ ଦେଖି ମୋଦିଙ୍କୁ ଉଚ୍ଛ୍ବସିତ ପ୍ରଶଂସା କରି ‘ମୋଦି ଭାରତକୁ ଏକଜୁଟ୍‌ କରି ବାନ୍ଧି ରଖିବାରେ ସଫଳ ପ୍ରଧାନମନ୍ତ୍ରୀ’ ବୋଲି କହିଛି । ପୂର୍ବରୁ ଅନ୍ତରାର୍ଷ୍ଟ୍ରୀୟ ଟାଇମ୍‌ ପ୍ରତିକା ମୋଦିଙ୍କୁ ‘ଡିଭାଇଡର ଇନ୍‌ ଚିପ୍‌’ ବା ମୁଖ୍ୟ ବିଭାଜନକାରୀ କହିଥିବାବେଳେ ଏବେ ନିଜର ଆଭିମୁଖ୍ୟ ବଦଳାଇଛି । ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମେ ୧୦ରେ ଟାଇମ୍‌ ମାଗାଜିନ୍‌ ନିଜର କଭର୍‌ପେଜ୍‌ରେ ମୋଦୀଙ୍କ ମୁଖ୍ୟ ବିଭାଜନକାରୀଭାବେ ଚିତ୍ରଣ କରିଥିଲା । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ମାଗାଜିନ୍‌ରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଟାଇମ୍‌ ପତ୍ରିକାର ମେ ୨୮ରେ ପ୍ରକାଶ ପାଇଥିବା ଆର୍ଟିକିଲ୍‌ରେ ‘ମୋଦୀ ଭାରତକୁ ଏମିତି ଭାବରେ ଏକ୍‌ଜୁଟ୍‌ କରି ରଖିଛନ୍ତି, ଯାହା ବିଗତ ଦଶନ୍ଧିରେ କୌଣସି ପ୍ରଧାନମନ୍ତ୍ରୀ ଏମିତି କରି ନାହାଁନ୍ତି’ ବୋଲି ସ୍ତମ୍ଭ ପ୍ରକାଶ ପାଇଛି । ଏହି ସ୍ତମ୍ଭକୁ ଲେଖିଛନ୍ତି ମନେଜା ଲଡ୍‌ଓ୍ବା ।

Related posts