ଆସନ୍ତା କାଲି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ଦିଆଯିବା ସହିତ ବହୁ ରାଜେନୖତିକ ବ୍ୟକ୍ତିବିଶେଷ ତଥା କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଚଳିତ ଥରର ଅତିଥିଙ୍କ ଭିତରେ ରହିଛନ୍ତି ବିମ୍ଷ୍ଟେକ୍ର ରାଷ୍ଟ୍ରାଧ୍ୟକ୍ଷପ୍ରମୁଖ। ତେବେ ଏହି ଉତ୍ସବକୁ ଗତ କାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିବାକୁ ହଁ ଭରିଥିବାବେଳେ ଆଜି ମନା କରିଛନ୍ତି। ତେବେ ଏହି ଗ୍ରହଣ ଉତ୍ସବକୁ ମନା କରିବାର କାରଣରେ ମମତା କହିଛନ୍ତି ଯେ, ବିଜେପି ତରଫରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ୫୪ ଜଣ ମରିଥିବାର କହିଛି, ଯାହାକି ମିଛ ଅଟେ। ସେ ଶପଥ ଗ୍ରହଣ ପରି ସାମ୍ବିଧାନିକ ଉତ୍ସବରେ ଯୋଗ ଦେଇଥା’ନ୍ତେ, କିନ୍ତୁ ଲୋକତନ୍ତ୍ରର ଉତ୍ସବ ଅବସରରେ କୌଣସି ରାଜନୈତିକ ଦଳକୁ ନୀଚ୍ଚା କରିବା ଉଚିତ୍ ନୁହେଁ। ସେଥିପାଇଁ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବାର ଶୁଭେଚ୍ଛା ଜଣାଇବା ସହିତ ଏହି ସମାରୋହରେ ସାମିଲ୍ ନ ହେବା ନେଇ ଚିଠି ଲେଖିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ମୃତ୍ୟୁବରଣ କରିଥିବା ୫୪ ଜଣ ବିଜେପି କର୍ମୀଙ୍କ ପରିବାରମାନଙ୍କୁ ମଧ୍ୟ ସାମିଲ୍ ହେବାକୁ ନିମନ୍ତ୍ରଣ ରହିଛି।
ମୋଦୀଙ୍କୁ ଦିଦିଙ୍କ ନା : ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବେନି ମମତା
Published:
May 29, 2019, 3:46 pm IST
Tags: