ଚଳିତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଏହାର ସମସ୍ତ ଦୋଷକୁ ଗ୍ରହଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। ସେଥିପାଇଁ ନିଜ ପଦବୀରୁ ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି। ଏପଟେ ତାଙ୍କୁ ବୁଝାଇବାରେ ଲାଗିଛନ୍ତି ସମସ୍ତ କଂଗ୍ରେସ କର୍ମୀ। ଆଜି ରାହୁଲଙ୍କୁ ମନାଇବା ପାଇଁ କଂଗ୍ରେସ ଦଳ ତରଫରୁ ଏକ ଭିନ୍ନ ପ୍ରୟାସ କରାଯାଇଛି। ଦିଲ୍ଲୀର ତାଙ୍କ ନିବାସ ତୁଗଲୁକ୍ ଲେନର ବାହାରେ କିଛି କର୍ମକର୍ତ୍ତା ଅନଶନରେ ବସିଛନ୍ତି। ସେମାନେ ରାହୁଲ ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି। ସେହିପରି କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ରାହୁଲ୍ଙ୍କ ଇସ୍ତଫା ପ୍ରତ୍ୟାହାର ପାଇଁ ପାର୍ଟି ଅଫିସ୍ ବାହାରେ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ୟୁପିର କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ରକ୍ତରେ ଚିଠି ଲେଖି ରାହୁଲଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ନ ଦେବା ପାଇଁ ଚିଠି ଲେଖିଥିଲେ। ଆଜି ରାହୁଲ୍ଙ୍କୁ ବୁଝାଇବା ପାଇଁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଶିଲା ଦୀକ୍ଷିତ୍ ଯିବେ। ତେବେ ଦେଖାଯାଉ ରାହୁଲ୍ ତାଙ୍କ ଜିଦ୍ରୁ ହଟୁଛନ୍ତି ନା ଅଡି ବସୁଛନ୍ତି।
ରାହୁଲଙ୍କୁ ମନାଇବାକୁ ଧାରଣାରେ ବସିଲେ କର୍ମୀ, ଆଜି ଭେଟିବେ ଶୀଲା
Published:
May 29, 2019, 4:14 pm IST
Tags: