ଏଫଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ, ୧୮ ଜଣିଆ ଭାରତୀୟ ଦଳ ଘୋଷଣା

Published: May 29, 2019, 4:58 pm IST

ଏଫଆଇଏଚ୍‌ର ହକି ସିରିଜ୍‌ ଫାଇନାଲ୍ସ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ଭାରତ ଏହି ୧୮ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଓ ଦୀପ ଗ୍ରେସ ଏକ୍କା। ହକି ସିରିଜ୍‌ ଫାଇନ୍ସରେ ଭାରତୀୟ ମହିଳା ଦଳର କମାଣ ରାନୀ ରାମପାଲ ସମ୍ଭାଳିବେ। ଏଫ୍‌ଆଇଏଚ୍‌ ଫାଇନାଲ୍ସ ସିରିଜ୍‌ରେ ଭାରତୀୟ ମହିଳା ଦଳ ପୁଲ ଏ’ରେ ସ୍ଥାନ ପାଇଛି। ଭାରତ ବ୍ୟତୀତ ପୋଲାଣ୍ଡ, ଫିଜି ଓ ଉରୁଗୁଏ ଏଥିରେ ରହିଛନ୍ତି। ସେହିପରି ପୁଲ ବି’ରେ ଜାପାନ, ଚାଇନା, ରୁଷ ଓ ମେକ୍ସିକୋ ରହିଛନ୍ତି। ଜୁନ୍‌ ୧୫ରୁ ଜାପାନ୍‌ର ହିରୋଶିମାରେ ଏହି ହକି ସିରିଜ୍ ଆରମ୍ଭ ହେବ।

ଭାରତୀୟ ମହିଳା ଟିମ୍

ଗୋଲକିପର- ସବିତା (ଭାଇସ୍-କ୍ୟାପଟେନ), ରଜନୀ ଏଟିମାରପୁ

ଡିଫେଣ୍ଡର୍ସ– ସାଲିମା ଟେଟେ, ସୁନୀତା ଲାକ୍ରା, ଦୀପ ଗ୍ରେସ୍ ଏକ୍କା, ନିଶା, ଗୁରଜିତ୍ କୌର୍

ମିଡଫିଲ୍ଡର୍ସ- ମୋନିକା, ସୁଶୀଲା ଚାନୁ ପୁଖରାମବାମ୍, ନିକ୍କି ପ୍ରଧାନ, ନେହା ଗୋୟଲ୍, ଲିଲିମା ମିଞ୍ଜ

ଫରୱାଡର୍ସ- ରାନୀ (କ୍ୟାପଟେନ), ବନ୍ଦନା କାଟାରିୟା, ଲାଲରେମସିଆମି ଜ୍ୟୋତି, ନବଜୋତ୍ କୌର୍, ନବନୀତ କୌର୍।

Related posts