ରର୍ବଟ ଭଦ୍ରାଙ୍କ ବିଦେଶ ଯିବା ମାମଲା : ଜୁନ୍‌ ୩ ରେ ହେବ ଶୁଣାଣୀ

Published: May 29, 2019, 5:08 pm IST

ବହୁ ଚର୍ଚ୍ଚିତ ମନି ଲଣ୍ଡରିଙ୍ଗ ମାମଲାରେ ଫସି ଥିବା ରର୍ବଟ ଭଦ୍ରାଙ୍କ ବିଦେଶ ଯାତ୍ରାକୁ ଅଦାଲତ ରଦ୍ଦ କରିଦେଇଛନ୍ତି। ଏହି ସମୟରେ ସେ ବିଦେଶ ଯିବାକୁ  ଦିଲ୍ଲୀର ଏକ ଅଦାଲତ ନିକଟରେ ନିବେଦନ କରିଛନ୍ତି। ତାଙ୍କ ଖାଦ୍ୟ ନଳୀର ନିମ୍ନ ଭାଗରେ ଟ୍ୟୁମର ହୋଇଛି ତେଣୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ଦିଆଯାଉ ବୋଲି ଆବେଦନ କରିଥିଲେ। ଏହା ପୂର୍ବରୁ ଭଦ୍ରା ଇଡି ସମ୍ମୁଖରେ ବିଦେଶ ଯାତ୍ରା କରିବାକୁ ଅପିଲ କରିଥିଲେ। ଆଜି ଭଦ୍ରା ଏନେଇ ଅଦାଲତରେ ତାଙ୍କ ପାସପୋର୍ଟ ଫେରସ୍ତ କରିବାକୁ ନିବେଦନ କରିଛନ୍ତି ଯାହା ଫଳରେ ସେ ତାଙ୍କର ଆଗାମୀ ଚିକିତ୍ସା କରି ପାରିବେ। ତେବେ ଦିଲ୍ଲୀ ଅଦାଲତ ଭଦ୍ରାଙ୍କ ବିଦେଶ ଯିବା ଆବେଦନର ଶୁଣାଣି କରି ଏହାର ନିଷ୍ପତ୍ତି ଜୁନ ୩ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି।

Related posts