ଭେଟେରାନ୍ ଅଭିନେତ୍ରୀ ତନୁଜାଙ୍କ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍ରେ ତନୁଜାଙ୍କ ଝିଅ ଅର୍ଥାତ୍ ଅଭିନେତ୍ରୀ କାଜଲ୍ଙ୍କୁ ସ୍ପଟ କରାଯାଇଛି । ନିକଟରେ କାଜଲଙ୍କ ଶଶୁର ତଥା ଅଜୟ ଦେବଗନଙ୍କ ବାପା ତଥା ଆକ୍ସନ ଡିରେକ୍ଟର ବିରୁ ଦେବଗନଙ୍କ ବିୟୋଗ ହୋଇଛି । ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତନୁଜା ବଲିଉଡ୍ରେ ନିଜର ଅଭିନୟ ପାଇଁ ବେଶ୍ ପରିଚିତ । ୧୯୪୩ ମସିହା ସେପ୍ଟମ୍ବର ୨୩ରେ ଜନ୍ମିତା ଏହି ଅଭିନେତ୍ରୀ ଜଣକ ’ହମାରୀ ବେଟି’ରେ ଶିଶୁ କଳାକାର ରୂପେ ନଜର ଆସିଥିବାବେଳେ ୧୯୬୦ରେ ’ଛବିଲି’ ଚଳଚ୍ଚିତ୍ରରେ ଲିଡ୍ରେ ନଜର ଆସିଥିଲେ । ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ମେମଦିଦି’, ଚାନ୍ଦ ଔର ସୁରଜ୍, ବାହାରେଁ ଫିର୍ ଆୟେଗୀ, ‘ଜୁଏଲ୍ ଥିଫ୍, ନୟୀ ରୋଶ୍ନୀ, ଜିନେ କା ରାହ୍, ହାଥୀ ମେରେ ସାଥୀ, ଅନୁଭବ, ମେରେ ଜୀବନ ସାଥୀ, ଦୋ ଜୋର୍ ପ୍ରମୁଖ । ୬୦ ଓ ୭୦ ଦଶକରେ ତନୁଜା ଜଣେ ସଫଳ ଅଭିନେତ୍ରୀ ଭାବେ ବେଶ୍ ନାଁ କମାଇଥିଲେ ।