ପ୍ରଥମ ବୈଠକରେ ନୂଆ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ

Published: May 29, 2019, 6:20 pm IST

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆ ସରକାରର ପ୍ରଥମ ମନ୍ତ୍ରିପରିଷଦ ବୈଠକ ଆରମ୍ଭ ହୋଇଛି। ଆଜି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମନ୍ତ୍ରିପରିଷଦର ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଟିମ୍‌ରେ ୯ଜଣ ନୂଆ ମୁହଁ ସାମିଲ୍‌ ହୋଇଛନ୍ତି। ଏହି ବୈଠକରେ ମନ୍ତ୍ରୀ ପରିଷଦ ବୈଠକରେ ଇସ୍ତାହାର ଅନୁମୋଦିତ, ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ଏହି ବୈଠକରେ ବିକାଶ ଓ ଉନ୍ନତି କ୍ଷେତ୍ରରେ ମହିଳାଙ୍କ ସମାନ ଭାଗିଦାରି, ଦୁର୍ବଳ ଓ ପଛୁଆ ଶ୍ରେଣୀର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯିବା ଉପରେ ଆଲୋଚନା କରାଯାଇଛି। ସମୁଦାୟ ୭୫ ଲକ୍ଷ ପରିବାରକୁ କାଳିଆ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ମହିଳା ଏସଏଚ୍‌ଜିଙ୍କୁ ହଜାର କୋଟିର ଅନୁମୋଦନ ମଧ୍ୟ କରାଯାଇଛି।

 

Related posts