ଆଜି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଜ ମନ୍ତ୍ରିମଣ୍ଡଳ ସହ ଆଜି ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ୨୧ ଜଣ ମନ୍ତ୍ରୀଙ୍କୁ ନିଜର ବିଭାଗ ଆବଣ୍ଟନ କରିଛନ୍ତି। ଏହା ପରେ ଅମର ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ଅମର ନବନିର୍ବାଚିତ ବିଧାୟକଙ୍କୁ ଗୃହରେ ଶପଥ ପାଠ କରାଇବେ। ତେବେ କାମଚଳା ବାଚସ୍ପତି ରୂପେ ଶପଥ ନେଇଛନ୍ତି ଅମର ଶତପଥୀ। ରାଜଭବନରେ ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି।
Tags: