କରୋନା ଫେରିଲା: ପୁଣି ଥରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି। ଏହିପରି ପରିସ୍ଥିତିରେ ଗୋଟିଏ ରାଜ୍ୟରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟ ମଧ୍ୟ ଟୁଇଟ କରି ସେମାନେ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି।
ସେମାନେ ହେଉଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଲେଖିଛନ୍ତି ଅସୁସ୍ଥତା ଅନୁଭବ କରିବାରୁ କରୋନା ପରୀକ୍ଷା କରିଥିଲି। ରିପୋର୍ଟ ପଜେଟିଭ ଆସିଛି। ସେଥିପାଇଁ ଘରେ ରହି କାମ କରୁଛି। ସମସ୍ତ ସୁସ୍ଥ ରୁହନ୍ତୁ।
ସେହିପରି ବସୁନ୍ଧରା ରାଜ ସିନ୍ଧିଆ ମଧ୍ୟ ସମାନ କଥା ଲେଖିଛନ୍ତି। ତେବେ ସେ ଗତକାଲି ବିଜେପି କୋର କମିଟ ବୈଠକରେ ଯୋଗଦେଇଥିଲେ। ସେଥିପାଇଁ ସମସ୍ତେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।