ପଞ୍ଚମ ଥର ପାଇଁ ସରକାର ଗଠନ କରିଥିବା ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ । ନବୀନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଶପଥ ପାଠ କରାଇବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ ।ଆସନ୍ତା ଜୁନ ୧ ତାରିଖରେ ବାଚସ୍ପତି ନିର୍ବାଚିତ ହେବେ। ଏହା ପୂର୍ବରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ଷୋଡ଼ଶ ବିଧାନସଭାର ସ୍ଥାୟୀ ବାଚସ୍ପତି ଦାୟିତ୍ୱ ନେବା ପୂର୍ବରୁ ନବ ନିର୍ବାଚିତ ବିଧାୟକମାନଙ୍କୁ ପ୍ରଥମେ ଶପଥ ପାଠ କରାଇବେ କାମଚଳା ବାଚସ୍ପତି। ଶାସକ ଦଳ ପକ୍ଷରୁ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯିବାକୁ ସ୍ଥିର ହୋଇଛି।
ବିଧାନସଭାର ପ୍ରଥମ ଅଧିବେଶନ : ବିଧାୟକ ଭାବରେ ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ
Published:
May 30, 2019, 11:41 am IST
Tags: