Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୁଦ୍ଧ ବିମାନ ସୁଖୋଇ ୩୦ରେ ଐତିହାସିକ ଉଡାଣ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଜାତୀୟ ଖବର

ଯୁଦ୍ଧ ବିମାନ ସୁଖୋଇ ୩୦ରେ ଐତିହାସିକ ଉଡାଣ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଆସାମର ତେଜପୁର ସ୍ଥିତ ବାୟୁସେନା ଘାଟୀରୁ ସୁଖୋଇ ୩୦ ଏମ୍‍କେଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ କରିଛନ୍ତି। ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଥିବା ରାଷ୍ଟ୍ରପତି ବାୟୁସେନା ଘାଟୀକୁ ଫେରିବା ପୂର୍ବରୁ ହିମାଳୟର ଦୃଶ୍ୟ ସହିତ ବ୍ରହ୍ମପୁତ୍ର ଏବଂ ତେଜପୁର ଉପତ୍ୟକା ଉପରେ ପ୍ରାୟ ୩୦ ମିନିଟ୍ ଉଡ଼ାଣ କରିଥିଲେ।

ଏହି ଯୁଦ୍ଧ ବିମାନକୁ ୧୦୬ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଗୃପ କ୍ୟାପଟେନ୍ ନବୀନ କୁମାରଙ୍କ ଦ୍ୱାରା ଉଡାଯାଇଥିଲା। ଏହି ବିମାନ ସମୁଦ୍ର ପତ୍ତନଠାରୁ ପ୍ରାୟ ଦୁଇ କିଲୋମିଟର ଉଚ୍ଚରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୮୦୦ କିଲୋମିଟର ବେଗରେ ଉଡିଥିଲା। ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଯିଏକି ଏଭଳି ଉଡାଣ କରିଛନ୍ତି।

ପରେ ପରିଦର୍ଶକ ପୁସ୍ତକରେ ରାଷ୍ଟ୍ରପତି ଏକ ସଂକ୍ଷିପ୍ତ ମତ ଲେଖି ନିଜର ଭାବନା ପ୍ରକାଶ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ସୁଖୋଇ -୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ିବା ମୋ ପାଇଁ ଏକ ଉତ୍ସାହଜନକ ଅନୁଭୂତି ଥିଲା।

ଏହା ଏକ ଗର୍ବର ବିଷୟ ଯେ ଭାରତର ପ୍ରତିରକ୍ଷା କ୍ଷମତା ସ୍ଥଳ, ବାୟୁ ଏବଂ ସମୁଦ୍ରର ସମସ୍ତ ସୀମାକୁ ବିସ୍ତାର କରିପାରିଛି। ମୁଁ ଏହି ଉଡାଣର ଆୟୋଜନ ପାଇଁ ଭାରତୀୟ ବାୟୁସେନା ଏବଂ ବାୟୁସେନାର ତେଜପୁର ଘାଟୀର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି।

ରାଷ୍ଟ୍ରପତିଙ୍କୁ ବିମାନର କାର‌୍ୟ୍ୟକ୍ଷମ କ୍ଷମତା ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ୍‍) ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। ଆଏଏଫ୍‍ ର କାର‌୍ୟ୍ୟ ପ୍ରସ୍ତୁତି ଉପରେ ସେ ସନ୍ତୋଷ ପ୍ରକଟ କରିଥିଲେ।

ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ରାଷ୍ଟ୍ରପତିଙ୍କ ଉଡାଣ ହେଉଛି ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବରେ ସଶସ୍ତ୍ର ବାହିନୀ ସହିତ ଜଡିତ ହେବାର ପ୍ରୟାସର ଏକ ଅଂଶ। ମାର୍ଚ୍ଚ ୨୦୨୩ ରେ, ରାଷ୍ଟ୍ରପତି ଆଇଏନଏସ୍‍ ବିକ୍ରାନ୍ତ ପରିଦର୍ଶନ କରିଥିଲେ ଏବଂ ସ୍ୱଦେଶୀ ର୍ନିମିତ ବିମାନବାହୀ ଜାହାଜରେ ଥିବା ଅଧିକାରୀ ଏବଂ ନାବିକମାନଙ୍କ ସହ ଆଲୋଚନା କରିଥିଲେ।

ଦୌପଦୀ ମୁର୍ମୁ ଯୁଦ୍ଧ ବିମାନ ସୁଖୋଇ -୩୦
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026
Latest News

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.