ଚନ୍ଦନ ଫିଲ୍ମସର ଦ୍ଵିତୀୟ ଅବଦାନ “ହିଟଲର” ର ପୋଷ୍ଟର ରିଲିଜ୍ ସହିତ ଫାଷ୍ଟ ଲୁକ ଲୋକାର୍ପଣ

Published: Apr 10, 2023, 4:26 pm IST

ଭୁବନେଶ୍ୱର: ଚନ୍ଦନ ଫିଲ୍ମସ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ହିଟଲର” ର ପୋଷ୍ଟର ରିଲିଜ ହେବା ସହିତ ଫାଷ୍ଟ ଲୁକ୍ ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ନିର୍ଦ୍ଦେଶକ ସୁଧାକର ବସନ୍ତ, କାହାଣୀକାର ଦିଲ୍ଲୀପ ଶ୍ରୀଚନ୍ଦନ, ସଂଳାପକାର ମନୋରଞ୍ଜନ ରାଉଳ, କ୍ୟାମେରାମ୍ୟାନ ଅଜିତ ପ୍ରକାଶ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଚଳଚ୍ଚିତ୍ର ହିଟଲରର ପ୍ରମୁଖ ଭୂମିକାରେ ଅଭିନେତା ଦୀପକ, ଅର୍ଲିନ, ଅଙ୍କିତା, ସୁକାନ୍ତ ପାତ୍ର, ହରିହର ମହାପାତ୍ର, ଦିବ୍ୟା, ସିଆ, ରାଜଶ୍ରୀ, ଦୁର୍ଗା, ପଲଶ କୁମାର, ମଧୁସୂଦନ ରାଓ ଅଭିନୟ କରିଛନ୍ତି।

ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଗୀତ ରଚନା ନିର୍ମଳ ନାୟକ, ଚିତ୍ରତ୍ତୋଳନ ଦାୟିତ୍ୱରେ ଅଜିତ ପ୍ରକାଶ ଥିବା ବେଳେ ସମ୍ପାଦନା ଦାୟିତ୍ୱ ରେ ଅଛନ୍ତି ସେଭେନ ବ୍ରଦର୍ସ(ଡି ପ୍ରକାଶ)। ଚନ୍ଦନ ଫିଲ୍ମସ ର ପ୍ରଥମ ଅବଦାନ “ମହା ଶଙ୍କରା” ବେଶ୍ ଲୋକାଦୃତ ହୋଇଥିଲା।

ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର ହିଟଲର ମଧ୍ୟ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଏହା ସାରା ଓଡ଼ିଶାରେ ଜୁନ୍ ମାସରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ମତ ପ୍ରକାଶ କରିଛନ୍ତି।

Related posts