Categories
ଆଜିର ଖବର ରାଜ୍ୟ ଖବର ସିନେମା

ଶିରିଡି ସାଇବାବା ମୁଭିଜ୍ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ୍ ଶ୍ରୀଯୁକ୍ତ” ଚଳଚ୍ଚିତ୍ରର ଶୁଭ ମହୁରତ

ଭୁବନେଶ୍ଵର: ପ୍ରଣୟ ଜେଠୀ ପ୍ରଯୋଜିତ ତଥା ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ମହୁରତ ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର ଅଭିନେତ୍ରୀ ଲିପ୍ସା ମହାରଣାଙ୍କ ସମେତ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଞ୍ଜୟ କୁମାର ପଟେଲ ଏବଂ ଶିବିର କୁମାର ପରିଡା ଉପସ୍ଥିତ ରହି କ୍ଲାପ୍ ଦେଇଥିଲେ।

ପୂର୍ବରୁ ଶିରିଡି ସାଇବାବା ମୁଭିଜ୍ ର ପ୍ରଥମ ଅବଦାନ ଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁର। ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଲରେନ୍ସ ଓ ଲିଟିଲ ଭଳି ଦମଦାର ଷ୍ଟାର କାଷ୍ଟିଂ କୁ ନେଇ ନିର୍ମାଣ ହୋଇଥିଲା ସିନ୍ଦୂର। ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ନାଁ ରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ପାରିବାରିକ ଓ କମେଡି କାହାଣୀ ଉପରେ ଆଧାରିତ ହେଇଥିବ।

ତେବେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ନିର୍ଦ୍ଦେଶନା ଭାର ନିରଞ୍ଜନ ବେହେରା କାନ୍ଧେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ଚିତ୍ରତ୍ତୋଳନ ଦାୟିତ୍ୱ ରେ ବାପି ଅଛନ୍ତି।

ପବ୍ଲିସିଟି ଡିଜାଇନର ଭାବେ ରେ ଅଛନ୍ତି ବିଜୁ ଏବଂ ପ୍ରଡ଼କସନ୍ ଡିଜାଇନର ଦାୟିତ୍ୱ ରେ ବୁବୁନା ଦାୟିତ୍ୱ ତୁଲାଉଛନ୍ତି। “ଶ୍ରୀମାନ ଶ୍ରୀଯୁକ୍ତ” ଚଳଚ୍ଚିତ୍ର ର ମୁଖ୍ୟ ଭୂମିକାରେ ଅଭିନେତା ସାନୁ ଓ ଅଭିନେତ୍ରୀ ସସ୍ମିତା ଥିବାବେଳେ ତାଙ୍କ ସହିତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଲିପ୍ସା ମହାରଣା, ଛନ୍ଦିତା, ରାଜୀବ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି।

ସମାଜରେ ପ୍ରତ୍ୟେକ ଦିନ ଘଟୁଥିବା କଥା କୁ କାହାଣୀ ର ରୂପ ଦେଇ କମେଡି ଧାରା ରେ ଚଳଚ୍ଚିତ୍ର ନିର୍ମାଣ କଲେ ବେଶ ଲୋକାଦୃତ ହେବେ ବୋଲି ପ୍ରଯୋଜକ ପ୍ରଣୟ ଜେଠୀ ଆଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଚନ୍ଦନ ଫିଲ୍ମସର ଦ୍ଵିତୀୟ ଅବଦାନ “ହିଟଲର” ର ପୋଷ୍ଟର ରିଲିଜ୍ ସହିତ ଫାଷ୍ଟ ଲୁକ ଲୋକାର୍ପଣ

ଭୁବନେଶ୍ୱର: ଚନ୍ଦନ ଫିଲ୍ମସ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ହିଟଲର” ର ପୋଷ୍ଟର ରିଲିଜ ହେବା ସହିତ ଫାଷ୍ଟ ଲୁକ୍ ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ନିର୍ଦ୍ଦେଶକ ସୁଧାକର ବସନ୍ତ, କାହାଣୀକାର ଦିଲ୍ଲୀପ ଶ୍ରୀଚନ୍ଦନ, ସଂଳାପକାର ମନୋରଞ୍ଜନ ରାଉଳ, କ୍ୟାମେରାମ୍ୟାନ ଅଜିତ ପ୍ରକାଶ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଚଳଚ୍ଚିତ୍ର ହିଟଲରର ପ୍ରମୁଖ ଭୂମିକାରେ ଅଭିନେତା ଦୀପକ, ଅର୍ଲିନ, ଅଙ୍କିତା, ସୁକାନ୍ତ ପାତ୍ର, ହରିହର ମହାପାତ୍ର, ଦିବ୍ୟା, ସିଆ, ରାଜଶ୍ରୀ, ଦୁର୍ଗା, ପଲଶ କୁମାର, ମଧୁସୂଦନ ରାଓ ଅଭିନୟ କରିଛନ୍ତି।

ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଗୀତ ରଚନା ନିର୍ମଳ ନାୟକ, ଚିତ୍ରତ୍ତୋଳନ ଦାୟିତ୍ୱରେ ଅଜିତ ପ୍ରକାଶ ଥିବା ବେଳେ ସମ୍ପାଦନା ଦାୟିତ୍ୱ ରେ ଅଛନ୍ତି ସେଭେନ ବ୍ରଦର୍ସ(ଡି ପ୍ରକାଶ)। ଚନ୍ଦନ ଫିଲ୍ମସ ର ପ୍ରଥମ ଅବଦାନ “ମହା ଶଙ୍କରା” ବେଶ୍ ଲୋକାଦୃତ ହୋଇଥିଲା।

ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର ହିଟଲର ମଧ୍ୟ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଏହା ସାରା ଓଡ଼ିଶାରେ ଜୁନ୍ ମାସରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ମତ ପ୍ରକାଶ କରିଛନ୍ତି।