ପରାଜୟ ନେଇ ଆତ୍ମସମୀକ୍ଷା ଅନାବଶ୍ୟକ : ମାୟାବତୀ

Published: May 30, 2019, 2:21 pm IST

ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ନିଜର ପରାଜୟର କାରଣ ଖୋଜୁଥିବା ବେଳେ ବିଏସ୍‌ପି ସୁପ୍ରିମୋ ମାୟାବତୀ ପରାଜୟକୁ ନେଇ ଆତ୍ମସମୀକ୍ଷା ଅନାବଶ୍ୟକ ବୋଲି ମତ ଦେଇଛନ୍ତି । ନିର୍ବାଚନ ପରେ ବିପକ୍ଷ ଦଳ ମାନଙ୍କର ଖରାପ ପ୍ରଦର୍ଶନ ନେଇ ଇଭିଏମ୍‌କୁ ଦୋଷ ଦେଇଥିବା ବେଳେ 10 ଜଣ ସାଂସଦଙ୍କ ସହିତ ଏକ ବୈଠକ କରିଛନ୍ତି । ଦଳର 10 ନିର୍ବାଚିତ ସାଂସଦଙ୍କୁ ସଂସଦରେ ନିଜ ଦାୟିତ୍ବ ସମ୍ପର୍କରେ ଅବଗତ କରାଇବା ସହିତ ପରାଜୟର ଆତ୍ମସମୀକ୍ଷା ଅନାବଶ୍ୟକ ବୋଲି ମାୟା ମତ ଦେଇଥିଲେ । 2014ରେ ଆମେ କୌଣସି ବି ଆସନ ଜିତିବାରେ ସଫଳ ହୋଇ ନଥିବା ବେଳେ ଚଳିତ ନିର୍ବାଚନରେ ଆମେ 10 ଆସନ ହାସଲ କରିଛୁ ତେଣୁ ଆମେ ସଫଳ ହୋଇଛୁ ବୋଲି ମାୟା କହିଛନ୍ତି । ସେହିପର ଭବିଷ୍ୟତରେ ଦଳ ମହାମେଣ୍ଟରେ ରହିବ କି ନାହିଁ ଏହା ସମାଜବାଦୀ ପାର୍ଟି ଉପରେ ନିର୍ଭର କରିବ ବୋଲି ମାୟବତୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ବିଏସ୍‌ପି 38 ଆସନରେ ପ୍ରତିଦ୍ବନ୍ଦିତା କରି 10 ଏବଂ ଏସ୍‌ପି 37ଟି ଆସନରେ ପ୍ରତିଦ୍ବନ୍ଦିତା କରି 5ଟି ଆସନରୁ ବିଜୟୀ ହୋଇଛି ।

Related posts