Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୭୩% ଗ୍ରାହକ ଜିଓ ସିନେମାରେ ଦେଖୁଛନ୍ତି ଆଇପିଏଲ୍‌: ସ୍କୋର ରିପୋର୍ଟ
ଜାତୀୟ ଖବର

୭୩% ଗ୍ରାହକ ଜିଓ ସିନେମାରେ ଦେଖୁଛନ୍ତି ଆଇପିଏଲ୍‌: ସ୍କୋର ରିପୋର୍ଟ

April 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ ଭୁବନେଶ୍ୱର: ମୋବାଇଲ୍ ଓ କନେକ୍ଟେଡ୍ ଟିଭି ଜରିଆରେ ଜିଓ ସିନେମା ଦ୍ୱାରା କରାଯାଉଥିବା ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକର ଡିଜିଟାଲ୍ ଷ୍ଟ୍ରିମିଂକୁ ଟିଭିରେ କରାଯାଉଥିବା ପ୍ରସାରଣ ତୁଳନାରେ ଦର୍ଶକମାନେ ଅଧିକ ଦେଖୁଛନ୍ତି। “ସ୍କୋର’ ରିପୋର୍ଟ ଅନୁସାରେ ଡିଜିଟାଲ୍ ଷ୍ଟ୍ରିମିଂ ୭୩ ପ୍ରତିଶତ ଆଇପିଏଲ୍ ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିଛି। ସେହି ସମୟରେ କେବୁଲ ଓ ଡିଟିଏଚ୍ ପାଖରେ ମାତ୍ର ୨୩ ପ୍ରତିଶତ ଗ୍ରାହକ ରହିଛନ୍ତି। ଆଇପିଏଲ୍‌ରେ ବିଜ୍ଞାପନ ପ୍ରଭାବକୁ ଜାଣିବା ଲାଗି ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ପକ୍ଷରୁ ଜାରି କରାଯାଇଥିବା “ସ୍କୋର’ ରିପୋର୍ଟରୁ ଏହା ଜଣାପଡ଼ିଛି।

ସ୍କୋର ରିପୋର୍ଟ ଅନୁସାରେ କେବୁଲ କିମ୍ବା ଡିଟିଏଚ୍ ତୁଳନାରେ ସ୍ମାର୍ଟ ଟିଭିରେ ଆଇପିଏଲ୍ ମ୍ୟାଚ୍‌କୁ ଷ୍ଟ୍ରିମିଂ କରି ଦେଖୁଥିବା ଦର୍ଶକମାନଙ୍କ ସଂଖ୍ୟା ବହୁତ ଅଧିକ। କନେକ୍ଟେଡ୍ ଟିଭିରେ ୬୨ ପ୍ରତିଶତ ଏବଂ କେବୁଲ/ ଡିଟିଏଚ୍ ଟିଭିରେ ମାତ୍ର ୩୮ ପ୍ରତିଶତ ଦର୍ଶକ ଆଇପିଏଲ୍ ମ୍ୟାଚ୍ ଦେଖୁଛନ୍ତି। ରିପୋର୍ଟ ଅନୁସାରେ ଟିଭିର ଦର୍ଶକ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଉଛି।

ଦର୍ଶକମାନଙ୍କ ଆଇପିଏଲ୍ ଦେଖିବା ଢାଂଚାରେ ମଧ୍ୟ ରୋଚକ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁସାରେ ୫୨% ଲୋକ ଉଭୟ ଟିଭି ଓ ମୋବାଇଲ୍‌ରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ପସନ୍ଦ କରୁଛନ୍ତି। ୩୦ ପ୍ରତିଶତ ଦର୍ଶକ କେବଳ ମୋବାଇଲ୍‌ରେ ଆଇପିଏଲ୍ ଦେଖୁଛନ୍ତି ଏବଂ ୧୮ ପ୍ରତିଶତ ଦର୍ଶକ ଏବେ କେବଳ ଟିଭି ସହ ଯୋଡ଼ିହୋଇରହିଛନ୍ତି। ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଏକ ତୃତୀୟାଂଶ ଦର୍ଶକ ସିଧାସଳଖ ଜିଓ ସିନେମା ସହ ଯୋଡ଼ି ହୋଇଛନ୍ତି। ୫୦ ପ୍ରତିଶତରୁ ଅଧିକ ଦର୍ଶକ ଉଭୟ ମୋବାଇଲ୍ ଓ ଟିଭିରେ ଆଇପିଏଲ୍‌ର ମଜା ନେଉଛନ୍ତି।

ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ସ୍କୋର ରିପୋର୍ଟ ପ୍ରସ୍ତୁତ କରିବା ଲାଗି ୟୁନୋମୋର ମାର୍କେଟ ରିସର୍ଚ୍ଚ ପ୍ଲାଟଫର୍ମରେ ଦୈନିକ ଡାଟା ସଂଗ୍ରହ କରାଯାଉଛି। ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଲୁଧିଆନା ଓ ଜୟପୁରରୁ ତଥ୍ୟକୁ ସଂଗ୍ରହ କରାଯାଇଛି।

ଆଇପିଏଲ୍ ଜିଓ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.