Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦର୍ଶକଙ୍କ ମନ ମୋହିଲା ଓଡିଆରେ ପ୍ରଥମ ମ୍ୟୁଜିକାଲ ପ୍ଲେ “ଦେବଦାସ” 
ଆଜିର ଖବର

ଦର୍ଶକଙ୍କ ମନ ମୋହିଲା ଓଡିଆରେ ପ୍ରଥମ ମ୍ୟୁଜିକାଲ ପ୍ଲେ “ଦେବଦାସ” 

April 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେଲା ମ୍ୟୁଜିକାଲ ପ୍ଲେ “ଦେବଦାସ”।  ଅରୋମିରା ଏଣ୍ଟରଟେନମେଣ୍ଟ , ଆମରା ମ୍ୟୁଜିକ ସହଭାଗିତା ରେ ଆଣିଲା ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଉପଭୋଗ କରିଥିଲେ। ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ୍ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଥିଲେ ରାଣୋ ଜୟ, ପାରୋ ଭୂମିକାରେ ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଭିନେତ୍ରୀ ବୈଶାଳୀ ଅଭିନୟ କରିଥିଲେ। ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ର ସଫଳତା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ ପ୍ରଥମଥର ରବୀନ୍ଦ୍ର ମଣ୍ଡପ ଠାରେ ଏହି ମ୍ୟୁଜିକାଲ ପ୍ଲେ “ଦେବଦାସ” ପ୍ରଦର୍ଶିତ ହୋଇଥିଲା।

“ଦେବଦାସ” ମ୍ୟୁଜିକାଲ ପ୍ଲେ ର ରଚନା କରିଥିଲେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ। ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା ହୋଇଥିଲା। ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ର କଣ୍ଠଦାନ କରିଥିବା ୧୦ ଟି ସଙ୍ଗୀତକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ ସେଠୀ। ଦେଢ଼ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେ ରେ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ବୈଶାଳୀ ଙ୍କ ଜୀବନ୍ତ ନୃତ୍ୟାଭିନୟ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ। ପ୍ରତି ଟି ଗୀତ ର ଶେଷରେ ତାଳି ରେ କମ୍ପିଉଠୁଥିଲା ମଣ୍ଡପ। ୯୦ ମିନିଟ୍ ର ଏହି ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେ ରେ ଦେଖିବାକୁ ମିଳିଥିଲା ପ୍ରକୃତ ଦେବଦାସଙ୍କ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ ଘଟିଥିବା ପ୍ରେମ କାହାଣୀ। ଏହି ମ୍ୟୁଜିକାଲ ପ୍ଲେ ରଚନା କରିବାକୁ ପ୍ରାୟ ୫ ବର୍ଷ ସମୟ ନେଇଥିଲେ ବୋଲି ଗୀତିକାର ଦେବଦାସ ଛୋଟରାୟ କହିଥିଲେ।

ଭାରତୀୟ ସିନେମାରେ ‘ଦେବଦାସ’ ର ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡିରଖିଥାଏ। ଦେବଦାସ’ ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା ତେଣୁ ରବୀନ୍ଦ୍ର ମଣ୍ଡପଠାରେ ସିନେ ତାରକାଙ୍କ ଏହି ପ୍ରଦର୍ଶନ ଦର୍ଶକ ଙ୍କ ମନକୁ ବେଶ ଛୁଇଁଛି ଏବଂ ଏହା ଏକ ନୂଆ ଇତିହାସ ସୃଷ୍ଟି କରିଛି ବୋଲି ଅନେକ ନାଟକ ସମୀକ୍ଷକ ମତ ଦେଇଥିଲେ।

ନିର୍ଦ୍ଦେଶକ ଦେବ୍ ମେହେର କହିଥିଲେ, “ଦେବଦାସ” ସମସ୍ତ ପ୍ରେମ କାହାଣୀର ମା’ ସଦୃଶ।  ଏହି କାହାଣୀ ଏକ ଶହ ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତଃର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେଇଛି।

ରବୀନ୍ଦ୍ର ମଣ୍ଡପର ଚିତ୍ତାକର୍ଷକ ସେଟ୍, ଆତ୍ମାକୁ ଛୁଇଁଲାପରି ମେଲୋଡି, ଚମତ୍କାର ନୃତ୍ୟ ଏବଂ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଆଗରୁ ଆମେ ଅନେକ ପୌରାଣିକ ଚରିତ୍ର କୁ ନେଇ ଗୀତିନାଟ୍ୟ ଦେଖୁଥିଲୁ, ବର୍ତ୍ତମାନ ର ଟ୍ରେଣ୍ଡ ଅନୁସାରେ ଆମେ ମ୍ୟୁଜିକାଲ ପ୍ଲେ ଦର୍ଶକଙ୍କ ମନରେ ନୂଆ ଆଶା ସଞ୍ଚରିତ କରିବ ବୋଲି ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ ମତବ୍ୟକ୍ତ କରିବା ସହିତ ସମସ୍ତ ଦର୍ଶକ ତଥା ମିଡ଼ିଆ ବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.